Posts

Showing posts from April 16, 2021

ବି.ଆଇ.ପି.ଏଫ୍. ପକ୍ଷରୁ ପାନୀୟ ଜଳ ଯୋଗାଣ l

Image
  ଯାଜପୁର (ସୁକିନ୍ଦା) - ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍(ଇମ୍ଫା ର ସାମାଜିକ ଦାୟିତ୍ୱବୋଧ ସଂସ୍ଥା) ତରଫରୁ ଚଳିତ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସୁକିନ୍ଦା ବ୍ଲକ ର ଦୁଦୁଜୋରି ଗ୍ରାମପଞ୍ଚାୟତର ୧୫ ଗୋଟି ଗ୍ରାମକୁ ପାନୀୟଜଳ ଯୋଗାଣ ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ନାୟକ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଇମ୍ଫା ର ବରିଷ୍ଠ ଲୋକସମ୍ପର୍କ ପରିଚାଳକ ଜଗନ ମୋହନ ମଲ୍ଲିକ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ l ଏହି ଅବସରରେ ୩ଟି ପାନୀୟ ଜଳ ଯୋଗାଣ ଟ୍ୟାଙ୍କର ନିୟୋଜନ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ଇମ୍ଫା ର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର ପରିଚାଳନା କରିଥିବା ବେଳେ ବି.ଆଇ.ପି.ଏଫ୍. ର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି ସହାୟତା କରିଥିଲେ l ଏହିଭଳି ମହତ୍ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରସଂଶା କରିଛନ୍ତି I  B.I.P.F. Drinking water supply.   Jajpur (Sukinda) - The Banshidhar Ila Panda Foundation (Imfa's Social Responsibility Agency) has taken up the program to supply drinking water to 15 villages in the Dudujori gram panchayat of Sukinda block in view of the ongoing summer flow