Posts

Showing posts from December 6, 2022

ରସୁଲପୁର ବ୍ଲକ ଘେରାଉ କଲା ଓଡ଼ିଶା ଅଙ୍ଗନୱାଡ଼ି ମହିଳା ଆସୋସିଏସନ I

Image
ଯାଜପୁର (ରସୁଲପୁର):- ଜିଲ୍ଲା ର ରସୁଲପୁର ବ୍ଲକ ରେ ୮ ଗୋଟି ଦାବିକୁ ନେଇ ଓଡ଼ିଶା ଅଙ୍ଗନୱାଡ଼ି ମହିଳା ଆସୋସିଏସନ୍ ରସୁଲପୁର ତରଫରୁ ଅଙ୍ଗନବାଡ଼ି ସମସ୍ତ କର୍ମଚାରୀ ମାନେ ଦୀର୍ଘ ଦିନ ଧରି ପୁରଣ ହୋଇନଥିବା ଦାବି କୁ ନେଇ ଆଜି ସକାଳ ୧୦ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ରସୁଲପୁର ବ୍ଲକ ଘେରାଉ କରିଥିଲେ l ଏହି ଅବସରରେ ରସୁଲପୁର ବ୍ଲକ ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ମହିଳା କର୍ମଚାରୀ ମାନେ ଯୋଗଦେଇଥିଲେ I ସରକାରଙ୍କୁ ଚେତାବନୀ ଦେଇଛନ୍ତି ସରକାର ତୁରନ୍ତ ମା' କୁ ସମ୍ମାନ ପ୍ରଦାନ କରି ସେମାନଙ୍କର ୮ ଗୋଟି ଦାବି କୁ ତତ୍କ୍ଷଣାତ୍ ବିଚାରକୁ ନେଇ ପୂରଣ କରିବା ପାଇଁ ଜିଲ୍ଲା ସମ୍ପାଦିକା କଲ୍ୟାଣୀ ମହାନ୍ତି ସଂଘ ପକ୍ଷରୁ ଦାବି କରିଛନ୍ତି l ନ୍ୟାର୍ଯ୍ୟ ଦାବି ସରକାର ଯଦି ପୁରଣ ନ କରନ୍ତି ତେବେ ସେ ଆଗକୁ ଏହି ଆନ୍ଦଲୋନ କୁ ଆହୁରି ତିବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ବିଡିଓଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି I ଆନ୍ଦୋଳନରେ ଯୋଗ ଦେଇଥିଲେ ଭାରତୀୟ ମହଦୂର୍ ସଙ୍ଘ ଜିଲ୍ଲା କୋଷାଧ୍ୟକ୍ଷ ରସୁଲପୁର ବ୍ଲକ ସଙ୍ଘର ପ୍ରତିଷ୍ଠାତା ଆଡଭୋକେଟ ସୁରେନ୍ଦ୍ର ସର , ଜିଲ୍ଲା ସଭାନେତ୍ରୀ ଜିଲ୍ଲା ସମ୍ପାଦିକା କଲ୍ୟାଣୀ ମହାନ୍ତି, ରସୁଲପୁର ବ୍ଲକ ସଭାନେତ୍ରୀ ଦିପ୍ତିମୟୀ ସାହୁ, ସମ୍ପାଦିକା ମାନସୀ ଶତପଥୀ ଙ୍କ ସହିତ ଶ୍ରୀମତୀ ନିରୁଲତା ବି