Posts

Showing posts from January 8, 2022

କାର ଓଲଟି ୨ ଯୁବକଙ୍କ ମୃତ ଓ ଦୁଇଜଣ ଗୁରୁତ୍ତର ଆହତ l

Image
ଯାଜପୁର :- ଜିଲ୍ଲା ର ପାଣିକୋଇଲି ଥାନା ଅଧିନସ୍ଥ ଧନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି I ଦୁର୍ଘଟଣାରେ ୨ ଜଣ ଯୁବକ ମୃତ ହୋଇଥିବାବେଳେ ଆଉ ୨ ଜଣ ଯୁବକ ଗୁରୁତ୍ତର ଆହତହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଏକ କାର ଯୋଗେ ୪ ଜଣ ଯୁବକ ନିଜ ଘର ଯାଜପୁର ରୋଡକୁ ଫେରୁଥିଲେ। ଏହି ସମୟରେ ପାଣିକୋଇଲି ଥାନା ଅଧିନସ୍ଥ ଧନପୁର ଛକ ନିକଟରେ ଏକ ଟ୍ରଲର କାରଟିକୁ ସାଇଡ଼ ମାରିବାରୁ କାର ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡରରେ ବାଡ଼େଇ ହୋଇଥିଲା I  ଫଳରେ କାରଟି ପୋଖରୀ ଭିତରେ ପଡ଼ିଥିଲା। କାର ଭିତରେ ଥିବା ୪ ଜଣ ଯୁବକ ଗାଡିରୁ ବାହାରି ପାରିନଥିଲେ। ଖବର ପାଇଁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ l ତେବେ ଘଟଣା ସ୍ଥଳରେ ଦୁଇ ଜଣ ଯୁବକ ମୃତ୍ୟୁବରଣ  କରିଥିବାବେଳେ ଦୁଇ ଜଣ ଗୁରୁତ୍ତର ଆହତ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରରକୁ ପଠାଇଥିଲେ। ଖବର ପାଇ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ ଦୁଇ ଯୁବକ ଯାଜପୁର ରୋଡ ଥାନା ଅଧିନସ୍ଥ ଝାଟିଆସାହି ଗ୍ରାମର ପ୍ରେମାନନ୍ଦ ମହାଳିକଙ୍କ ପୁଅ ଚନ୍ଦନ ମହାଳିକ ଓ କୋରେଇ ଥାନା ଅନ୍ତର୍ଗତ କନ୍ତର ଗ୍ରାମର ଜୟନ୍ତ ନାୟକଙ୍କ ପୁଅ ଦେବାଶିଷ ନାୟକ ବୋଲି ଜଣାପଡିଛି।

କମଳା ଧରୁଆଙ୍କ ଦୁଃଖ ପ୍ରଶାସନ ଶୁଣିବ କେବେ ?

Image
ବଲାଙ୍ଗୀର :- ଜିଲ୍ଲା ର ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତର ତୁଳସୀ ଡୁଙ୍ଗୁରି ଗ୍ରାମର କମଳା ଧରୁଆ ବୟସ ପ୍ରାୟତଃ ୫୨ବର୍ଷ ହେବ I ହେଲେ ସେ ଜଣେ ଅଵିଭାହିତା ମହିଳା ଅଟନ୍ତି l ସରକାରୀ ସହାୟତା କହିଲେ କେବଳ ୫ କିଲୋ ଚାଉଳ ପାଉଛି l ଏ' ପର୍ଯ୍ୟନ୍ତ ଅବିବାହିତ ଭତ୍ତା ପାଇ ନାହାଁନ୍ତି l ସ୍ଥାନୀୟ ସରପଞ୍ଚ ଏବଂ ନେତା ମନ୍ତ୍ରୀ ଙ୍କୁ ଅଭିଯୋଗ କରି କରି ନୟାନ୍ତ ହେଲେଣି l  କମଳା ଧରୁଆଙ୍କ ସବୁ ଠାରୁ ଦୁଃଖର ବିଷୟ ହେଉଛି ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ କହିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳୁ ନାହିଁ l ଭତ୍ତା ଟିଏ ପାଇଁ ଗୁହାରି କଲେ ମଧ୍ୟ୍ୟ କେହି ଶୁଣୁନାହାନ୍ତି l ଏଣୁ ପାଟଣାଗଡ଼ ବ୍ଲକ ପ୍ରଶାସନ ଏଥିପ୍ରତିି ଧ୍ୟାନ ଦେଇ କମଳା ଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଅଛି I ( ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ)