ରାଜ୍ୟ ସାମ୍ବାଦିକ ସଂଘ ଏସ ୟୁ ଜେ ଓଡିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ l
କଟକ(ବ୍ୟୁରୋ ରିପୋର୍ଟ) : - ରାଜ୍ୟ ସାମ୍ବାଦିକ ସଂଘ ଏସ ୟୁ ଜେ ଓଡିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ କଟକ ସଦର ଥାନା ଅନ୍ତର୍ଗତ ଆମ୍ରପଲି ରିସୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ ୟୁ ଜେ ରାଜ୍ୟ ସଭାପତି କୈଳାସ ନାୟକ ମୁଖ୍ୟବକ୍ତା,ରାଜ୍ୟ ଉପ ସଭାପତି ବାସୁଦେବ ତ୍ରୀପାଠୀ, ସମ୍ମାନୀତ ଅତିଥି, ସଙ୍ଗଠନ ସଂପାଦକ ସନ୍ତୋଷ ସ୍ଵାଇଁ,ରାଜ୍ୟ କୋଷାଧ୍ୟକ୍ଷ ଟୁନା ଜେନା,ଯାଜପୁର ଜିଲ୍ଲା ସଭାପତି ସୁବାସ ଧଳ, ରଘୁନାଥ ଆଚାର୍ଯ୍ୟ, ଶଶୀଭୂଷଣ ଷଡ଼ଙ୍ଗୀ, ଅଭୟ ଜେନା,ଅକ୍ଷୟ ଦାଶ,ସୁରେନ୍ଦ୍ର ମହାପାତ୍ର ,କେଦାର ନାଥ ସାହୁ,ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ କଟକ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତା ଚୟନ କରଯାଇଥିଲା। ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ସଭାପତି,ଜିଲ୍ଲା ସାଧାରଣ ସଂପାଦକ ଶିଶିର କୁମାର ଦାଶ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କୋଷାଧ୍ୟକ୍ଷ,ଜିଲ୍ଲା ସଙ୍ଗଠନ ସଂପାଦକ ଶୁଭେନ୍ଦୁ ମହାପାତ୍ର, କଲ୍ୟାଣ ପାଣ୍ଠି ଅଧକ୍ଷ ରଘୁନାଥ ଆଚାର୍ଯ୍ୟ, ଉପ ସଭାପତି ଭାବେ ପ୍ରଦୀପ କୁମାର ମହାପାତ୍ର,ମହେଶ୍ୱର ପାତ୍ର,ମୀନକେତନ ଦାସ,ପ୍ରସାନ୍ତ କୁମାର ସାହୁ,ବସନ୍ତ କୁମାର ସାମଲ,ହରିହର ସାହୁ,ସଂପାଦକ ଭାବେ ଆଶୋକ କୁମାର ରଣା,ହେମନ୍ତ କୁମାର ଦାସ, ଧୀର...