Posts

Showing posts from May 20, 2024

ସୁକିନ୍ଦା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l

Image
(ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଏଥର ଟଙ୍କା ବନାମ୍ ସ୍ୱାଭିମାନ ର ଲଢ଼େଇ - ଶରତ ରାଉତ)  ଦାନଗଦି /କଳିଙ୍ଗନଗର :- ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରେ ଗତ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ଅଖିଳ ଭାରତ କଂଗ୍ରେସ କମିଟିର ର ସମ୍ପାଦକ ଶ୍ରୀଯୁକ୍ତ ଶରତ ରାଉତ ଉପସ୍ଥିତ ରହି ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା କଂଗ୍ରେସ ବିଧାୟକ ପାର୍ଥି ଇଂ. ବିଭୁଭୂଷଣ ରାଉତ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ନିର୍ଦ୍ଧନ ଓ ଧନୀ ଙ୍କ ମଧ୍ୟରେ ଜୋରଦାର୍ ଲଢ଼େଇ ହେବାକୁ ଯାଉଛି l ତେଣୁ ସୁକିନ୍ଦା ବାସୀ ଖଣି ମାଫିଆ, ମୋରମ ମାଫିଆ, କାଠ ମାଫିଆ ଏବଂ ଦଲାଲ ମାନଙ୍କ ହାତରୁ ସୁକିନ୍ଦା କୁ ମୁକ୍ତ କରିବାକୁ ହେଲେ ଏହି ମାଟିର ପୁଅ ବିଭୁଭୂଷଣ ରାଉତ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ଶ୍ରୀଯୁକ୍ତ ଶରତ ରାଉତ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହାସହିତ ଟଙ୍କା ର ପ୍ରଲୋଭିତ ନ ହୋଇ ଉପଯୁକ୍ତ ପାର୍ଥି କୁ ଭୋଟ ଦେଲେ କଂଗ୍ରେସ ସବୁବଳେ ଆପଣଙ୍କ ପାଇଁ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ l ଏହି ଅବସରରେ ଅନ୍ୟ ବରିଷ୍ଠ କଂଗ୍ରେସ କର୍ମୀ ରଣଜିତ୍ ରାଜ, ଦାମୋଦର ପୁହାଣ, ରବିନ୍ଦ୍ର ଜାରିକା, ମହେନ