ସରକାର ଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ ର ନୂଆ ତରିକା, ଅନ୍ଧାରୀ ଚିକିତ୍ସା ସେବା l

ବ୍ରହ୍ମପୁର(ବ୍ୟୁରୋ ରିପୋର୍ଟ) :- ପଦାରେ ପଡ଼ିଛି ସରକାରଙ୍କ ଜନସାଧାରଣ ଙ୍କୁ ଯୋଗାଉଥିବା ସ୍ୱାସ୍ଥ୍ୟ ସେବା l ସରକାର ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବା କୁ ନେଇ ପ୍ରସାର ପ୍ରଚାର ଏବେ ଏମ୍କେସିଜିରେ ଅନ୍ଧାରୀ ଚିକିତ୍ସା ରୁ ଜଣାପଡିଛି l ମହମବତି ଲଗାଇ ରୋଗୀ ଦେଖିଲେ ଡାକ୍ତର l ଏମ୍କେସିଜି ମେଡିକାଲ କଲେଜରେ ଚିକିତ୍ସାସେବାର ବାସ୍ତବ ଚିତ୍ର ପୁଣିଥରେ ସାମ୍ନାକୁ ଆସିଛି। ବିଦ୍ୟୁତ ବିଭ୍ରାଟ ଯୋଗୁଁ କ୍ୟାନସର୍ ୱାର୍ଡ଼ ଆଉଟ୍ଡୋର୍ରେ ରୋଗୀଙ୍କୁ ଅନ୍ଧାରୀ ଚିକିତ୍ସା କରାଯାଇଛି। ମହମବତି ଓ ମୋବାଇଲ୍ ଲାଇଟ୍ ଲଗାଇ ଡାକ୍ତର ରୋଗୀଙ୍କୁ ଦେଖି ପରାମର୍ଶ ଦେଉଥିବା ଚିତ୍ର ଦେଖିବାକୁ ମିଳିଛି। ଗୋଟିଏପଟେ ବିଦ୍ୟୁତ ବିଭ୍ରାଟ ହୋଇଥିବା ବେଳେ ଅନ୍ୟପଟେ ରୋଗୀଙ୍କ ଲମ୍ବାଧାଡ଼ି । ଏଣୁ ବାଧ୍ୟହୋଇ ଡାକ୍ତର ମହମବତି ଲଗାଇ ରୋଗୀଙ୍କ ଚିକିତ୍ସା କରିଥିଲେ। ବିଭାଗକୁ ଜେନେରେଟର୍ ସଂଯୋଗ ହୋଇ ନଥିବାରୁ ଆଜି କ୍ୟାନସର୍ ୱାର୍ଡ଼ରେ ରୋଗୀଙ୍କୁ ଅନ୍ଧାରରେ ସେବା କରାଯାଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ବହୁ ନୂତନ କୋଠା କାର୍ଯ୍ୟକ୍ଷମ ହୋଇଛି। କାଜୁଆଲ୍ଟି ଠାରୁ ଆରମ୍ଭ କରି ମେଡିସିନ୍ ବିଭାଗ, ପ୍ରସୂତି ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଆଇସିୟୁ ଓ ଆର୍ଡିସି କୋଠାକୁ ଜେନେରେଟର୍ ସଂଯୋଗ ...