Posts

Showing posts from November 8, 2022

ସରକାରୀ ଯୋଜନା କାହାପାଇଁ ? ସହାୟତା ରୁ ବଞ୍ଚିତ ଭିନ୍ନକ୍ଷମ, ଦୁଃଖୀ ପରିବାର I

Image
ଯାଜପୁର (ଦାନଗଦୀ) :- ଜିଲ୍ଲାର ଦାନଗଦୀ ବ୍ଲକ ରଣାଗୁଣ୍ଡୀ ପଞ୍ଚାୟତ ନକୁଳ ସାହି ର ସାଲୁକା ପୂର୍ତ୍ତି, ସେ ଜନ୍ମରୁ ବିକଳାଙ୍ଗ l କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ନଗରୀ ର ରାଜଧାନୀ କହିଲେ ଅତ୍ୟୁକ୍ତି ହେବନାହିଁ l କଥାରେ ଅଛି ଦୀପ ତଳ ଅନ୍ଧାର ଭଳି ଏହି ନିଷ୍ପେଷିତ ପରିବାର କୁ ଖାଇବାକୁ ଗଣ୍ଡେ ମିଳିବା କଷ୍ଟ l ପରିବାର କହିଲେ ମୋଟ ୬ ଜଣ, "ସାଲୁକା ପୂର୍ତ୍ତୀ କହିବା ଅନୁସାରେ ମୋର ଏକ ଆଠ ବର୍ଷ ର ଝିଅ ବିକଳାଙ୍ଗ ଓ ମୋ ସ୍ତ୍ରୀ ମୁଲ ଲାଗି ଦିନକୁ ଯାହା ରୋଜଗାର କରେ ଏଥିରେ ପରିବାର ଦୁଃଖ କଷ୍ଟ ରେ ଚଳି ଯାଉ" l ରାସନ ପାଇବା ଛଡା ସରକାର ଙ୍କ ତରଫରୁ ଆସୁଥିବା ଅନ୍ୟ ଯୋଜନା ର କୌଣସି ସୁବିଧା ସୁଯୋଗ ତାଙ୍କୁ ମିଳୁନାହିଁ I ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ ଜରିପାଲ ତଳେ ଜୀବନ ବିତୁଛି l ଦୀର୍ଘ ଏକ ବର୍ଷ ହେବ ରହିଥିବା ଜାଗାର ପଟ୍ଟା ପାଇଁ ଆବେଦନ କରି ଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଜାଗାର ପଟ୍ଟା ଟିଏ ମିଳିନାହିଁ l ପ୍ରଶାସନ କର୍ଣ୍ଣପାତ କରୁନାହିଁ ଫଳରେ ଘର ଖଣ୍ଡିଏ ମିଳିପାରୁ ନାହିଁ l ଦାନଗଦୀ ବ୍ଲକ ତରଫରୁ ମିଳିଥିବା ତିନି ଚକିୟା ସାଇକେଲ ଟି କିଛି ଦିନ ପରେ ଖରାପ ହୋଇ ପଡି ରହିଛି, ଟଙ୍କା ଅଭାବରୁ ଏହାର ମରାମତି କରିପାରୁନାହାନ୍ତି ସାଲୁକା l ଜନସାଧାରଣ ଙ୍କ ଦାବୀ ସରକାରୀ ସ୍ତରରେ ଏହି ଅସହାୟ ଭିନ୍ନକ୍ଷମ ପରିବାରକୁ ଯଥା ସମ୍ଭବ ସହାୟତା ପ୍ରଦା