Posts

Showing posts from December 15, 2022

ଦାନଗଦୀ ବ୍ଳକ ଅଧିକାରୀଙ୍କ ବାଚଳାମୀ, ତୃତୀୟ ସାଧାରଣ ବୈଠକ ବିବରଣୀ ଦେଖାଇ ଚତୁର୍ଥ ସାଧାରଣ ବୈଠକ କରାଇଲେ I

Image
ଯାଜପୁର (ଦାନଗଦୀ ) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ର ଚତୁର୍ଥ ସାଧାରଣ ବୈଠକ ଗତ କାଲି ତା ୧୪/୧୨/୨୦୨୨ ରିଖ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ମାନ୍ୟବର ଗ୍ରାମ ଉନ୍ନୟନ ବିକାଶ ଓ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡାଇ ଏବଂ ସମ୍ମାନୀୟ ଅତିଥି ଭାବେ ସାଂସଦ ଶର୍ମିଷ୍ଠା ସେଠୀ ଯୋଗଦେଇଥିଲେ I ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା l ପଞ୍ଚାୟତ ସ୍ତରରେ ଉନ୍ନୟନ ମୂଳକ କାର୍ଯ୍ୟମାନ କିପରି ଭାବରେ ସୂଚାରୁ ରୂପେ ସମ୍ପାଦନ କରାଯିବ ସେ ବିଷୟରେ ସମସ୍ତ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରାଯାଇଛି l ଦୁଃଖର ବିଷୟ ପଞ୍ଚାୟତ ସମିତି ର କର୍ମଚାରୀ ମାନେ ତୃତୀୟ ସାଧାରଣ ବୈଠକ ର ବିବରଣୀ ଯାହାକି ତା ୨୦/୦୬/୨୦୨୨ ରିଖ ରେ ପାରିତ ହୋଇଥିଲା ଏହି ଚିଠି କୁ ଚତୁର୍ଥ ସାଧାରଣ ବୈଠକରେ ଉପସ୍ଥାପନ କରିଥିଲେ l ବିଗତ ମାସର ବିବରଣୀ କାହିକିଁ ଓ କିପରି ବର୍ତ୍ତମାନ ର ବୈଠକ ରେ ସୂଚୀତ କରଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହା ପଞ୍ଚାୟତ ସମିତି ଅଧିକାରୀ ଙ୍କ ବାଚଳାମୀ ନା ଏହା ଭିତରେ ଅନ୍ୟକିଛି ଉଦ୍ଦେଶ୍ଯ ଅଛି ତାହା ଜନସାଧାରଣଙ୍କ ମନରେ ଭ୍ରମ ସୃଷ୍ଟି କରିଛି l ବୈଠକରେ ପୂର୍ବରୁ ପ୍ରକାଶିତ