Posts

Showing posts from December 18, 2024

ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l

Image
(ନୀଳାଞ୍ଚଳ କାରଖାନାର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀକୁ ପୂର୍ଣ୍ଣ ସମର୍ଥନ)  ଯାଜପୁର, ତା୧୮/୧୨ :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ନୀଳାଞ୍ଚଳ ଇସ୍ପାତ ନିଗମ ଲିମିଟେଡ ଦୀର୍ଘ ୩ ବର୍ଷ ବନ୍ଦ ରହିବା ଦ୍ବାରା ସ୍ଥାନୀୟ ଜମିହରା ଓ କର୍ମଚାରୀ ମାନଙ୍କ ସମସ୍ୟା ବଢିବାରେ ଲାଗିଥିଲା l ବିଗତ ବର୍ଷ ଜୁଲାଇ ୪ ତାରିଖ ୨୦୨୨ ମସିହାରେ ଏହି ସରକାରୀ ଉଦ୍ୟୋଗ କୁ ଟାଟାଷ୍ଟିଲ ଅଧିଗ୍ରହଣ କରିଥିଲା l ଏହା ପରେ ନିୟମାନୁଯାୟୀ ସମ୍ପୃକ୍ତ କର୍ମଚାରୀ ମାନଙ୍କ ବକେୟା ଦରମା ପ୍ରଦାନ କରି ଶିଳ୍ପକୁ ଉତ୍ପାଦନ କ୍ଷମ କରିଥିଲା l ଏହି କାରଖାନା ବର୍ଷକୁ ଏକ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ଥିବାବେଳେ ଏବେ ଏହା ବାର୍ଷିକ ୯.୫ ମିଲିୟନ ଟନ୍ ଆହୁରୁ ଅଧିକ ଉତ୍ପାଦନ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚଳିତ ମାସ ୨୦ ତାରିଖରେ ସରକାରଙ୍କ ନିୟମ ଅନୁସାରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଜନଶୁଣାଣି କୁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ, କଳିଙ୍ଗନଗର ପୂର୍ଣ୍ଣ ସମର୍ଥନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ବୀରେନ୍ଦ୍ର ଜାମୁଦା ଘୋଷଣା କରିଛନ୍ତି l ସେ କହିଛନ୍ତି ଯେ "ନୀଳାଞ୍ଚଳ କାରଖାନା ଜମି ଅଧିଗ୍ରହଣ କରୁନାହିଁ କେବଳ ଉତ୍ପାଦନ ବୃଦ୍ଧି ନିମନ୍ତେ ସମ୍ପ୍ରସାରଣ କାର୍ଯ୍ୟ କରୁଛି l ଏହା ଦ...