ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l
(ନୀଳାଞ୍ଚଳ କାରଖାନାର ସମ୍ପ୍ରସାରଣ ପାଇଁ ପରିବେଶ ମଞ୍ଜୁରୀକୁ ପୂର୍ଣ୍ଣ ସମର୍ଥନ)
ଯାଜପୁର, ତା୧୮/୧୨ :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ନୀଳାଞ୍ଚଳ ଇସ୍ପାତ ନିଗମ ଲିମିଟେଡ ଦୀର୍ଘ ୩ ବର୍ଷ ବନ୍ଦ ରହିବା ଦ୍ବାରା ସ୍ଥାନୀୟ ଜମିହରା ଓ କର୍ମଚାରୀ ମାନଙ୍କ ସମସ୍ୟା ବଢିବାରେ ଲାଗିଥିଲା l ବିଗତ ବର୍ଷ ଜୁଲାଇ ୪ ତାରିଖ ୨୦୨୨ ମସିହାରେ ଏହି ସରକାରୀ ଉଦ୍ୟୋଗ କୁ ଟାଟାଷ୍ଟିଲ ଅଧିଗ୍ରହଣ କରିଥିଲା l ଏହା ପରେ ନିୟମାନୁଯାୟୀ ସମ୍ପୃକ୍ତ କର୍ମଚାରୀ ମାନଙ୍କ ବକେୟା ଦରମା ପ୍ରଦାନ କରି ଶିଳ୍ପକୁ ଉତ୍ପାଦନ କ୍ଷମ କରିଥିଲା l ଏହି କାରଖାନା ବର୍ଷକୁ ଏକ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ଥିବାବେଳେ ଏବେ ଏହା ବାର୍ଷିକ ୯.୫ ମିଲିୟନ ଟନ୍ ଆହୁରୁ ଅଧିକ ଉତ୍ପାଦନ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚଳିତ ମାସ ୨୦ ତାରିଖରେ ସରକାରଙ୍କ ନିୟମ ଅନୁସାରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଜନଶୁଣାଣି କୁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ, କଳିଙ୍ଗନଗର ପୂର୍ଣ୍ଣ ସମର୍ଥନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ବୀରେନ୍ଦ୍ର ଜାମୁଦା ଘୋଷଣା କରିଛନ୍ତି l ସେ କହିଛନ୍ତି ଯେ "ନୀଳାଞ୍ଚଳ କାରଖାନା ଜମି ଅଧିଗ୍ରହଣ କରୁନାହିଁ କେବଳ ଉତ୍ପାଦନ ବୃଦ୍ଧି ନିମନ୍ତେ ସମ୍ପ୍ରସାରଣ କାର୍ଯ୍ୟ କରୁଛି l ଏହା ଦ୍ଵାରା ସ୍ଥାନୀୟ ଯୁବକ ଯୁବତୀ ମାନଙ୍କ ପାଇଁ ଚାକିରୀ ର ନୂତନ ପଦବୀ ସୃଷ୍ଟି ଏବଂ ଏହାର ସୁଯୋଗ ସ୍ଥାନୀୟ ଲୋକେ ନିଶ୍ଚିତ ଭାବେ ପାଇବେ l" ସ୍ଥାନୀୟ ଅଞ୍ଚଳର ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ କ୍ଷେତ୍ରରେ ସମସ୍ୟାକୁ ସମାଧାନ କରିବା ପାଇଁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ କାରଖାନା କତୃପକ୍ଷ ଓ ସରକାରଙ୍କ ନିକଟରେ ଦାବି କରୁଛି l ତେଣୁ ସମସ୍ତେ ଏହି ବର୍ଦ୍ଧିତ ପ୍ରକଳ୍ପ ପାଇଁ ସମର୍ଥନ ଦେଲେ କାରଖାନାର ଉତ୍ପାଦନ ବୃଦ୍ଧି ପାଇବ ଏବଂ ପାରିପାର୍ଶ୍ବିକ ଉନ୍ନତି ହେବା ସହିତ ସ୍ଥାନୀୟ ଜନସାଧାରଣ ପ୍ରତ୍ୟେକ୍ଷ ଓ ପରୋକ୍ଷ ରେ ବହୁତ କାର୍ଯ୍ୟ କରିବାରେ ସୁଯୋଗ ପାଇପାରିବେ l ଏହି ସାମ୍ବାଦିକ ସମ୍ମିଳନୀରେ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ର ସାଧୁ ଚରଣ ଟିୟୁ, ଧ୍ରୁବ ଚରଣ ମହାନ୍ତ, ତ୍ରିଲୋଚନ ମହାନ୍ତ, ରବିନ୍ଦ୍ର କୁମାର ଜେନାମଣି, ମାଣିକ ବାଦ୍ରା, ରାମଚନ୍ଦ୍ର କେରାଇ, ବିନୋଦ ହେମ୍ବ୍ରମ, ଉଗ୍ରସେନ, ଭୀମସେନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.