Posts

Showing posts from April 17, 2025

ଅନୁନ୍ନତ ଜନଜାତି ଗୋଷ୍ଠୀ (PVTG) ର ଛାତ୍ରଛାତ୍ରୀ ଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସରକାରଙ୍କ ପ୍ରୟାସ l

Image
ଯାଜପୁର ତା ୧୬/୦୪ :- ଜିଲ୍ଲା ପ୍ରଶାସନ ତରଫରୁ ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ଏବଂ ଅନ୍ୟାନ୍ୟ ଗ୍ରାମରେ ବସବାସ କରୁଥିବା ବିଶେଷକରି ଅନୁନ୍ନତ ଜନଜାତି ଗୋଷ୍ଠୀ (PVTG) ର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ଭୁବନେଶ୍ୱରର ବିଶ୍ବ ଦକ୍ଷତା କେନ୍ଦ୍ର (World Skill Centre) ପରିଦର୍ଶନ କରିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିଶେଷକରି ଅନୁନ୍ନତ ଜନଜାତି ଗୋଷ୍ଠୀ (PVTG) ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଦକ୍ଷତା ବିକାଶ ସମ୍ବନ୍ଧୀୟ ସଚେତନ କରିବା। ଏହା ସହିତ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ ଗୁଡ଼ିକରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା। ଏହି ଅବସରରେ ଜିଲ୍ଲାପାଳ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଅଭିଭାବକ ଯୋଗ ଦେଇଥିଲେ।