Posts

Showing posts from February 23, 2021

ଇମ୍ଫା ପକ୍ଷରୁ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ I

Image
ଯାଜପୁର( ସୁକିନ୍ଦା) : - ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ, ଭୁବନେଶ୍ୱର ପକ୍ଷରୁ ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣିରେ ୨୩ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି l ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଇମ୍ଫାର ଖଣି ଉପ ସଭାପତି ସୁଧାଂଶୁ ପଟନୀ,ମହାପ୍ରବନ୍ଧକ ଲଲାଟେନ୍ଦୁ ମହାପାତ୍ର, ମହାଗିରି ଓ ଖଣି ପରିଚାଳକ ମନୋଜ ସାମଲ ସୁକିନ୍ଦା କ୍ରୋମାଇଟ ଖଣିଠାରେ ପତାକା ଉତ୍ତୋଳନ କରିଥିଲେ l ପରିଦର୍ଶନ ମଣ୍ଡଳୀର ଆବାହକ ଟାଟା ଷ୍ଟିଲ ମାଇନିଂର ବରିଷ୍ଠ ପରିଚାଳଳ ପ୍ରେମ କୁମାର କରଙ୍କ ନେତୃତ୍ୱରେ ଓଡିଶା ଖଣି ନିଗମ ଭୁତତ୍ତ୍ୱବିତ ଇନ୍ଦ୍ରମଣି ରାଉତ, ଟାଟା ଷ୍ଟିଲ ମାଇନିଂର ବରିଷ୍ଠ ପରିଚାଳକ ପ୍ରିୟଦର୍ଶୀ ଶୁଭକାନ୍ତ ପାଢ଼ୀ,ଫାକର ଭୁତତ୍ତ୍ୱବିତ ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଉଭୟ ଖଣିର କାର୍ଯ୍ୟକାରିତା ପରିଦର୍ଶନ କରିଥିଲେ l ଇମ୍ଫାର ଭୁତତ୍ତ୍ୱବିତ କ୍ଷୀରୋଦ ମହାପାତ୍ର ସହଯୋଗ କରିଥିଲେ l କୋଭିଡ ନିୟମ ପାଳନ କରାଯାଇ ଶ୍ରମିକ ଓ କର୍ମଚାରୀଙ୍କ ସମାବେଶରେ ଖଣି ଉପ ସଭାପତି ସୁଧାଂଶୁ ପାଟନୀ, ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୂର ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ସମିତି ସଭ୍ୟା ସଂଗୀତା ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ଖଣି ପରିବେଶର ସୁରକ୍ଷା ଓ ଖଣିଜ ସମ୍ପଦର ସଠିକ ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସ