Posts

Showing posts from July 5, 2024

ଆଦିତ୍ୟ ମହାପାତ୍ର ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ l

Image
  ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ଓଏଏସ୍ ଆଦିତ୍ୟ ମହାପାତ୍ର । ବିରୋଧୀ ଦଳ ନେତା ଭାବେ ନବୀନଙ୍କ ବ୍ୟକ୍ତିଗତ ସଚିବ ହୋଇଛନ୍ତି ବରିଷ୍ଠ ଅଧିକାରୀ ଆଦିତ୍ୟ ମହାପାତ୍ର ।ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ପୂର୍ବରୁ ଭିକେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ବେଳେ ବର୍ତ୍ତମାନ ତାଙ୍କ ଜାଗାରେ ନୂତନ ସଚିବଙ୍କୁ ନିଯୁକ୍ତ କରାଯାଇଛି l

ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ଙ୍କ ଦେହାନ୍ତ l

Image
  ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) :- ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ ଘଟିବା ଖବର ପ୍ରକାଶ ପାଇଛି । ସୁରେନ୍ଦ୍ରନାଥ ନାୟକ କାକଟପୁରର ପୂର୍ବତନ ବିଧାୟକ । ତାଙ୍କର ଭୁବନେଶ୍ୱର ଟଙ୍କପାଣି ସ୍ଥିତ ବାସଭବନରେ ପରଲୋକ ଘଟିଛି । ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ । କାକଟପୁରରୁ ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ରେ ୧୭ମେ ୧୯୩୭ମସିହା ରେ ଜନ୍ମଗ୍ରହଣ କରିଥିବା ବେଳେ ପ୍ରଥମେ ଅସ୍ତରଙ୍ଗ ବ୍ଲକ ଅଧକ୍ଷ ଏହା ପରେ ବିଭିନ୍ନ ବିଭାଗ ଶିକ୍ଷା, କୃଷି, ରାଜସ୍ୱ , ଅବକାରୀ, ପଞ୍ଚାୟତିରାଜ ଓ ଉପବାଚସ୍ପତି ପଦବୀ ରେ ଥିଲେ । ଏହି ଖବର ଶୁଣି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ଶୋକ ପ୍ରକାଶ କରିଛନ୍ତି l

ଗୃହ ଓ ନଗର ଉନ୍ନୟନ ବିଭାଗରେ ଆଉ ୫ ସେବା ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି ।ନୂତନ ଭାବେ ସାମିଲ ହେବାକୁ ଥିବା ଆଉ ୫ଟି ସେବା ହେଉଛି ବିଲ୍ଡିଂ ପ୍ଲାନ୍‌ର ପରିବର୍ତ୍ତନ ଏବଂ ସଂଯୋଗ/ସଂଶୋଧନ ନିମନ୍ତେ ଅନୁମତି (ସମୟ ସୀମା: ୧୫ ଦିନରୁ ୩୦ ଦିନ), ବିଲ୍ଡିଂ ପ୍ଲାନ୍‌ର ପୁନଃବୈଧିକରଣ ନିମନ୍ତେ ଅନୁମତି, ପ୍ଲିନ୍‌ଥ ଅନୁମୋଦନ, ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ୍ ଏବଂ ଟ୍ରେଡ୍ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍ । ଏହି ସବୁ ସେବାକୁ ଖୁବ୍ ଶୀଘ୍ର ବିଜ୍ଞାପିତ କରାଯାଇ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଗାଇ ଦିଆଯିବ । ଏହି ୫ ଗୋଟି ସେବାକୁ ମିଶାଇ ୩୧ଟି ବିଭାଗର ମୋଟ୍ ୪୨୨ଟି ସେବା ଉକ୍ତ ଅଧିନିୟମ ଅନ୍ତର୍ଭୁକ୍ତ ହେଲା। ରାଜ୍ୟ ସରକାର ଜନସାଧାରଣଙ୍କୁ ଏହି ଅଧିନିୟମ ଅନ୍ତର୍ଭୁକ୍ତ ବିଜ୍ଞାପିତ ସମସ୍ତ ସେବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଦାନ କରିବା ନିମନ୍ତେ ପ୍ରତିବଦ୍ଧ ।

ରତ୍ନ ଭଣ୍ଡାର ଖୋଲିବାକୁ ନେଇ କଣ କହିଲେ ଜଷ୍ଟିସ୍‌ ଅରଜିତ ପଶାୟତ?

Image
  . ପୁରୀ (ବ୍ୟୁରୋ ରିପୋର୍ଟ) :- ରତ୍ନ ଭଣ୍ଡାର ଖୋଲିବାକୁ ନେଇ ସମସ୍ତଙ୍କ ମନରେ ଏହି ଗୋଟାଏ ପ୍ରଶ୍ନ, କେବେ ଖୋଲିବ ରତ୍ନଭଣ୍ଡାର? ଏହାରି ଭିତରେ ରତ୍ନ ଭଣ୍ଡାରକୁ ନେଇ ବଡ କଥା କହିଲେ ଜଷ୍ଟିସ୍‌ ଅରଜିତ ପଶାୟତ । ଆସନ୍ତା ୮ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାକୁ କୁହାଯାଇଥିବା ବେଳେ ଏବେ ରତ୍ନଭଣ୍ଡାର ର ତଦାରଖ କୁ ନେଇ ଜଷ୍ଟିସ୍‌ ଅରଜିତ ପଶାୟତ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍‌ ରହିଛି। ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ।ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଟିମ୍‌ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ ଟିମ ଯାଇଥିଲା।ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା। ପରେ ଚାବି ହଜିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜଷ୍ଟିସ ରଘୁବୀର ଦାସ କମିଶନ ତଦନ୍ତ କରିଥିଲା। ମାତ୍ର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ୍‌ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ଏହା ଖୋଲାଯାଇନାହିଁ। ତେବେ ଦେଖିବାକୁ ରହିଛି ସରକାର