Posts

Showing posts with the label ଜିଲ୍ଲା ଖବର

ସାମ୍ବାଦିକା ଙ୍କୁ ଆକ୍ରମଣ ଘଟଣାରେ ଏସୟୁଜେ ଜିଲ୍ଲା ଶାଖା ର ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ।

Image
ଯାଜପୁର ତା୦୮/୦୪ : - ଗତ ରବିବାର ଦିନ ପୁରୀ ରେ ଶ୍ରୀମନ୍ଦିର ସମ୍ମୁଖରେ ଖବର ସଂଗ୍ରହ କରୁଥିବା ବେଳେ କର୍ତ୍ତବ୍ୟରତ ସାମ୍ବାଦିକା ଲିନୁ ନାୟକ ଏବଂ ତାଙ୍କ କ୍ୟାମେରାମ୍ୟାନ ଶିବ ପଲେଇ ଙ୍କୁ ନିଜକୁ ସେବାୟତ କହୁଥିବା କେତେକ ଗୁଣ୍ଡା ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ସେମାନଙ୍କ ଠାରୁ କ୍ୟାମେରା ଓ ମୋବାଇଲ ଫୋନ ମଧ୍ୟ ଛଡାଇ ନେଇଯାଇଥିଲେ।ଏହି ଘଟଣା କୁ ୩ ଦିନ ବିତିଯାଇଥିଲେ ସୁଦ୍ଧା ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ଅଭିଯୁକ୍ତ ମାନଙ୍କୁ ଗିରଫ କରିନାହିଁ। ବରଂ ପୋଲିସ ବିଭିନ୍ନ ଆଳ ଦେଖାଇ ଘଟଣା କୁ ଜଟିଳ ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି।ଲିନୁ ନାୟକ କେବଳ ସାମ୍ବାଦିକା ନୁହଁନ୍ତି,ସେ ଜଣେ ମହିଳା ମଧ୍ୟ।ସର୍ବ ସମ୍ମୁଖ ରେ ଜଣେ ମହିଳା ତଥା କର୍ତ୍ତବ୍ୟରତ ସାମ୍ବାଦିକା ଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହିତ ଟଣାଓଟରା ଓ ଧକ୍କା ଦିଆଯିବା ପରି ଦୃଶ୍ୟ ବିଭିନ୍ନ ଗଣମାଧ୍ୟମ ରେ ଏପରିକି ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଥିଲେ ମଧ୍ୟ ପ୍ରଶାସନ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛି। ପ୍ରଶାସନ ଏବଂ ପୋଲିସର ଏପରି ମାନସିକତା ଯୋଗୁଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଓ ମିଛ ମାମଲା ବଢ଼ି ଚାଲିଛି। କହିବାକୁ ଗଲେ ସେ ସରକାର ଠାରୁ ଆରମ୍ଭ କରି ଏ ସରକାର ପର୍ଯ୍ୟନ୍ତ ସବୁ ସମୟରେ ସାମ୍ବାଦିକ ମାନଙ୍କ ଉପରେ ...

ଯାଜପୁର ଜିଲ୍ଲା ଶାଖା ର ଆଲୋଚନା ଚକ୍ର।ଭୁଲ୍ ଖବର ସମାଜ ଉପରେ କୁପ୍ରଭାବ ପକାଇଥାଏ : - ଏସୟୁଜେ

Image
ଯାଜପୁର ତା୨୬.୦୩ :- ଗଣମାଧ୍ୟମ ର ଭଲ ବା ସକରାତ୍ମକ ଖବର ସମାଜ ଉପରେ ଯେମିତି ସୁପ୍ରଭାବ ପକାଇ ଥାଏ, ଠିକ୍ ସେମିତି ଭୁଲ୍ ଖବର ସମାଜ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଗଣତାନ୍ତ୍ରିକ ବ୍ୟବସ୍ଥା କୁ ଶୃଙ୍ଖଳିତ ଭାବେ ଆଗକୁ ନେବା ତଥା ସମାଜ ରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଭଲ ଖବର ର ଭୂମିକା ବିଶେଷ ଗୁରୁତ୍ୱପୁର୍ଣ୍ଣ ଅଟେ। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ ଯେ କେତେକ ତଥ୍ୟ ଓ ସତ୍ୟ ବିହୀନ ଖବର ପରିବେଷଣ ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ତେବେ ସମାଜ ପାଇଁ ଯାହା ଭଲ ସେପରି ଖବର ଗୁଡିକ ଗଣମାଧ୍ୟମରେ ପ୍ରକାଶ ପାଇବା ଉଚିତ ବୋଲି ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା ର ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ ବକ୍ତା ମାନେ ମତପ୍ରକାଶ କରିଛନ୍ତି। ଜିଲ୍ଲା ସଙ୍ଘ ର ସଭାପତି ସୁବାଷ ଧଳ ଙ୍କ ଅଧ୍ୟକ୍ଷତା କ୍ରମେ ସ୍ଥାନୀୟ ରୋଟାରୀ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ବିଶେଷ ଅତିଥି ଭାବେ ଏସୟୁଜେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ,ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ, ସମ୍ମାନିତ ବକ୍ତା ଭାବେ ଡ଼ଃ ନିତ୍ୟାନନ୍ଦ ମିଶ୍ର ଏବଂ ପ୍ରଫେସର ଦାମୋଦର ବେହେରା, ଜିଲ୍ଲା ସ୍ଵତନ୍ତ୍ର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ସନ୍ଦିପ୍ତ ରାୟ ...

ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ୱର ତା ୦୯/୦୩ (ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ସେଠାରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଆନନ୍ଦପୁର ଉପଖଣ୍ଡ ପାଇଁ ପ୍ରାୟ ୪୨ କୋଟି ଟଙ୍କାର ୧୬ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୧୮ କୋଟି ଟଙ୍କା ବ୍ୟୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆନନ୍ଦପୁର ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ, ମଲ୍ଟି ପର୍ପୋଜ ହଲ ନିର୍ମାଣ, ସେମିନାର ହଲ ନିର୍ମାଣ, ଖେଳପଡିଆର ଉନ୍ନତିକରଣ ନିମନ୍ତେ ୭ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହାକୁ ସ୍ୱାୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଁ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବା ବେଳେ ଆନନ୍ଦପୁର ଠାରେ ଷ୍ଟାଡିଅମର ପୂର୍ଣ୍ଣାଙ୍ଗ କଳେବର ପାଇଁ ୨୦ କୋଟି ଟଙ୍କାର ଆର୍ଥିକ ସହାୟକ ଘୋଷଣା କରିଛନ୍ତି। ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆନନ୍ଦପୁର ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଅନନ୍ୟ। ପ୍ର...

ଦୈନିକ ଖବରକାଗଜ "ମନ୍ଥନ" ର ଷୋଡ଼ଶ ସ୍ଵନକ୍ଷତ୍ର ଦିବସ ପାଳନ l ମା'ବିରଜା ଙ୍କ କଥା ଗାଥା ସପ୍ତାହରେ ଏକ ଦିନ ପ୍ରକାଶ ପାଇବ :- ସରତ ରାଉତ l

Image
ଯାଜପୁର ତା ୦୩/୦୩ :- ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ରୁ ପ୍ରତିଶତ ଓଡ଼ିଆ ଦୈନିକ ଖବରକାଗଜ "ମନ୍ଥନ" ର ଷୋଡ଼ଶ ସ୍ୱନକ୍ଷତ୍ର ଦିବସ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ପାଦକ ଶରତ ରାଉତ ଏବଂ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ମା' ଜଗତଜନନୀ ବିରଜା ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବିରଜା ଧାମର ସଂକୃତି ଗବେଷକ ଡଃ. ଜ୍ଞାନରଞ୍ଜନ ପତି, ସାମ୍ବାଦିକ ଡଃ. ଅଭୟ କୁମାର ପତି, ପ୍ରଦ୍ୟୁମ୍ନ କୁମାର ଶତପଥୀ, ଶ୍ରୀଯୁକ୍ତ ସରୋଜ କୁମାର ସାମଲ, ବରିଷ୍ଠ ପଞ୍ଚାୟତିରାଜ ପ୍ରତିନିଧି ଶ୍ରୀଯୁକ୍ତ ଦିଗମ୍ବର କର ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଏହାସହିତ ଯାଜପୁର ଜିଲ୍ଲା ପ୍ରତିନିଧି ଦୟାନିଧି ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ମନ୍ଥନ ଧର୍ମଶାଳା ପ୍ରତିନିଧି ରମାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ, ସ୍ୱତନ୍ତ୍ର ପ୍ରତିନିଧି ଆନନ୍ଦ ଚନ୍ଦ୍ର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ଉତ୍ସବ ର ବିଧିବ୍ୟବସ୍ଥା ଅନୁସାରେ ଜିଲ୍ଲାର ବିଭିନ୍ନ ସମ୍ବର୍ଦ୍ଧିତ ପ୍ରତିଭା ବରିଷ୍ଠ ସାହିତ୍ୟିକ ପଣ୍ଡିତ ଡଃ. ସୂର୍ଯ୍ୟମଣି ଖୁଣ୍ଟିଆ, ବରିଷ୍ଠ ପଞ୍ଚାୟତିରାଜ ପ୍ରତିନିଧି ଶ୍ରୀଯୁକ୍ତ ଦ...

କିଡଜୀ ୱାର୍ଲଡ ପ୍ରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- କିଡ଼ଜୀ ୱାର୍ଲଡ ପ୍ରି ସ୍କୁଲ, ନୟାପଲ୍ଲୀ ଏବଂ ସୁନ୍ଦରପଡା ଶାଖାର ୩ୟ ବାର୍ଷିକ ଉତ୍ସବ "ସପ୍ତରଙ୍ଗ" ଜୟଦେବ ବିହାର ନିକଟସ୍ଥ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସାମାଜିକ କର୍ମୀ ରୋଜାଲିନ ପାଟ୍ଟଶାଣୀ, ପ୍ରଫେସର ଡକ୍ଟର ମିହିର ରଞ୍ଜନ ସେଠୀ, ମିସ୍ ଅନନ୍ୟା ରାଉତରାୟ ମିସ୍ ଇଣ୍ଡିଆ ବିଜୟିନୀ, ଏବଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭା ଆରମ୍ଭରେ ସ୍କୁଲର ଅଧ୍ୟକ୍ଷା ରଶ୍ମି  ମିଶ୍ର ସ୍ଵାଗତ ଅଭିଭାଷଣ ସହ ବାର୍ଷିକ ଉତ୍ସବର ଆଭିମୁଖ୍ୟ ଓ ବିଦ୍ୟାଳୟର  ସଫଳତା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ପରିଶେଷରେ ସ୍କୁଲର କୁନିକୁନି ପିଲାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଉଜ୍ବଳ କାମନା କରିଥିଲେ ଯୋଗଦେଇଥିବା ଅତିଥି ବୃନ୍ଦ l ଉପସ୍ଥିତ ଥିବା ଅଭିଭାବକମାନଙ୍କୁ ଅଧ୍ୟକ୍ଷା ରଶ୍ମି ମିଶ୍ର ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l

ମାଲକାନଗିରି ଜଳସମ୍ପଦ ବିଭାଗର ପି.ଡ଼ି. ଭିଜିଲାନ୍ସ ପଞ୍ଝାରେ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାଲକାନଗିରି ଜଳସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଶାନ୍ତନୁ ମହାପାତ୍ରଙ୍କ ଆୟବର୍ହିଭୂତସମ୍ପତ୍ତି ଆଧାରରେ ଓଡ଼ିଶା ଭିଜିଲାନ୍ସ ଏକା ସାଙ୍ଗରେ କଟକ, ଭୁବନେଶ୍ବର, ମାଲାକନଗିରି ସମେତ ୭ ଟି ସ୍ଥାନରେ ଖାନତଲାସି ଚାଲିଛି l ବର୍ତ୍ତମାନସୁଦ୍ଧା ଜୟପୁରରେ ୬୦୦୦ ବର୍ଗ ଫୁଟର ବହୁତଳ ପ୍ରାସାଦ, ଭୁବନେଶ୍ୱର ଓ ଜୟପୁରରେ ୪ଟି ଦାମି ପ୍ଲଟ, ନଗଦ ₹୧.୯୭ କୋଟି, ସୁନା ୩୦୦ ଗ୍ରାମ ଇତ୍ୟାଦି ମିଳିଛି । ଏହି ଖାନତଲାସି ରେ ଏସପି, ୪ ଡିଏସପି, ୧୦ ଇନ୍ସପେକ୍ଟର, ୬ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ମାନେ ନିୟୋଜିତ ଅଛନ୍ତି l ଆଗକୁ ଆହୁରି କିଛି ତଥ୍ୟ ସଂଗ୍ରହ ପାଇଁ ପ୍ରୟାସ ଜାରିରହିଛି l