କିଡଜୀ ୱାର୍ଲଡ ପ୍ରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- କିଡ଼ଜୀ ୱାର୍ଲଡ ପ୍ରି ସ୍କୁଲ, ନୟାପଲ୍ଲୀ ଏବଂ ସୁନ୍ଦରପଡା ଶାଖାର ୩ୟ ବାର୍ଷିକ ଉତ୍ସବ "ସପ୍ତରଙ୍ଗ" ଜୟଦେବ ବିହାର ନିକଟସ୍ଥ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସାମାଜିକ କର୍ମୀ ରୋଜାଲିନ ପାଟ୍ଟଶାଣୀ, ପ୍ରଫେସର ଡକ୍ଟର ମିହିର ରଞ୍ଜନ ସେଠୀ, ମିସ୍ ଅନନ୍ୟା ରାଉତରାୟ ମିସ୍ ଇଣ୍ଡିଆ ବିଜୟିନୀ, ଏବଂ ପ୍ରମୁଖ ସମ୍ମାନିତ
ସଭା ଆରମ୍ଭରେ ସ୍କୁଲର ଅଧ୍ୟକ୍ଷା ରଶ୍ମି
ମିଶ୍ର ସ୍ଵାଗତ ଅଭିଭାଷଣ ସହ ବାର୍ଷିକ
ଉତ୍ସବର ଆଭିମୁଖ୍ୟ ଓ ବିଦ୍ୟାଳୟର
ସଫଳତା ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ପରିଶେଷରେ ସ୍କୁଲର କୁନିକୁନି ପିଲାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଉଜ୍ବଳ କାମନା କରିଥିଲେ ଯୋଗଦେଇଥିବା ଅତିଥି ବୃନ୍ଦ l ଉପସ୍ଥିତ ଥିବା ଅଭିଭାବକମାନଙ୍କୁ ଅଧ୍ୟକ୍ଷା ରଶ୍ମି ମିଶ୍ର ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.