Posts

Showing posts from January 19, 2020

୩୭ ତମ ରାଜେଶ ମେମୋରିଆଲ୍ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ...

Image
ଯାଜପୁର /ଦାନଗଦି - ବୀଣାପାଣି ଯୁବକ ସଂଘ, ଟମକା ଆନୁକୂଲ୍ୟରେ ୩୭ ତମ ରାଜେଶ୍ ମେମୋରିଆଲ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ଇଂ ସୌମ୍ୟରଂଜନ ମହାପାତ୍ର ଏବଂ ବରିଷ୍ଠ ଉପଦେଷ୍ଟା ଦ୍ବାରିକାନାଥ ଦାସଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଏକ ବିଶାଳ ଗଣଦୌଡ଼ କୁ ୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ତଥା ନିର୍ବାଚନ ମଣ୍ଡଳି ଯୁବ ବିଜେଡ଼ି ସଭାପତି ପ୍ରଦୀପ କୁମାର ମହାନ୍ତି ଉଦଘାଟନ କରିବା ସହ ଏହି ଗଣ ଦୌଡ଼ ରେ ସାମିଲ ହୋଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । ଗଣ ଦୌଡ ମିନି ଷ୍ଟାଡିୟମରେ ପହଞ୍ଚିବା ପରେ ଦାନଗଦୀ ବ୍ଲକ୍ ଯୁବ ବିଜେଡି ସଭାପତି ମହେଶ୍ଵର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରୀଡା ପତ୍ତାକା ଉତ୍ତୋଳନ କରି କ୍ରୀଡା ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ବ୍ଲକ୍ ଯୁବ ବିଜେଡ଼ି ଉପସଭାପତି ନରୋତ୍ତମ ବେହେରା, କିଆଝର ପଞ୍ଚାୟତ ବିଜେଡ଼ି ସଭାପତି ବିପିନ ବିହାରୀ ସେଠୀ, ସାଧାରଣ ସମ୍ପାଦକ ଗୁଣଧର ମହାନ୍ତ , ଦେଉଳକଣ ପଞ୍ଚାୟତ ଯୁବ ବିଜେଡ଼ି ସଭାପତି ସୁରେଶ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିବା ବେଳେ ୨୧ ତାରିଖ ଦିନ ଉଦଯାପନି ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ସ୍ଥାନୀୟ ବିଧାୟକ ପ୍ର