Posts

Showing posts from November 17, 2019

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ମିଳିଲା ଗୋଲଡେନ୍ ସ୍ୟାଣ୍ଡ ଆର୍ଟ୍ ଆୱାର୍ଡ ୨୦୧୯।

Image
ବ୍ୟୁରୋ - ଓଡ଼ିଶାର ସୁପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଦେଶ ବିଦେଶରେ ତାଙ୍କର କୃତିତ୍ୱ ପ୍ରତିପାଦନ କରିଛନ୍ତି l ଦେଶ ବାହାରେ ଅର୍ଥାତ୍ ଅନ୍ୟ ଦେଶରେ ଇଟାଲି ରେ ତାଙ୍କର କଳା ପ୍ରଦର୍ଶନ କରି ରାଜ୍ଯ ଓ ଦେଶ ପାଇଁ ଆଣିଛନ୍ତି ଗୌରବ l ଇଟାଲିର ରୋମ ଠାରେ ଅନୁଷ୍ଠିତ  ପ୍ରମୂଓଭି ଇଣ୍ଟରନେସନାଲ ସ୍କୋରାନୋ ସ୍ୟାଣ୍ଡ ଆର୍ଥ ଉତ୍ସବ ର ସଭାପତି ମି. ଭିଟୋ ମରାଚିଓ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ପୁରସ୍କୃତ ଓ ସମ୍ମାନିତ କରିଥିଲେ l ଏହି କୃତିତ୍ଵ ଅର୍ଜନ କରିଥିବା ହେତୁ ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କୁ ସ୍ଵାଗତ କରାଯାଇଛି l Rita vision News 

ପଟାଙ୍ଗୀ ପୋଲିସ ର ବଡ଼ ସଫଳତା, ଜବଦ ହେଲା ଗଞ୍ଜେଇ l

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ରେ ଦିନକୁଦିନ ବଢିବାରେ ଲାଗିଛି ଚୋରା ଚାଲାଣ ଗଞ୍ଜେଇ l ବିଭିନ୍ନ ସମୟରେ ପୋଲିସ୍ ଛୋଟ ମୋଟ ଚାଲାଣକାରୀଙ୍କ ଉପରେ ଚଢ଼ାଉ କରି ବେଆଇନ୍ ଗଞ୍ଜେଇ କାରବାର କୁ ନିୟନ୍ତ୍ରଣ କରିବା ଦେଖିବାକୁ ମିଳିଥିଲା l କିନ୍ତୁ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ପଟାଙ୍ଗୀ ଥାନା ପୋଲିସ ଏକ ଦଶ ଚକିଆ ଟ୍ରକ କୁ କାବୁ କରି ତା ମଧ୍ୟରୁ ବସ୍ତା ରେ ଚାଲାଣ ହେଉଥିବା ୪୬୩.୪୮୦ କିଲୋଗ୍ରାମ ଓଜନ ର ଗଞ୍ଜେଇ ଜବତ କରିଛି l ଏହା ପଟାଙ୍ଗୀ ପୋଲିସ ର ବଡ଼ ସଫଳତା ବୋଲି କୁହାଯାଉଛି l ଏହା ସହିତ ଦୁଇ ଜଣ ଅନ୍ତରାଜ୍ଯ ଗଞ୍ଜେଇ ମାଫିଆ କୁ ମଧ୍ୟ ଗିରଫ କରାଯାଇଛି l ଟ୍ରକ୍ ଟିକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପଟାଙ୍ଗୀ ପୋଲିସ l Rita vision News