Posts

Showing posts from January 14, 2021

ସୁକିନ୍ଦା ସାହିତ୍ୟ ସମାଜର ସାରସ୍ୱତ ସମାରୋହ କବିତା ପାଠୋତ୍ସବ l

Image
ଯାଜପୁର (ସୁକିନ୍ଦା): -ପବିତ୍ର ମକର ସଂକ୍ରାନ୍ତି ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ୧୪ ତାରିଖରେ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନପରିସରରେ ମକର ମିଳନ କବିତା ପାଠୋତ୍ସବ ମୂଖପତ୍ର ଋତୁରଙ୍ଗର ଉନ୍ନ୍ମୋଚନ ଓ ପ୍ରତିଭା ସମ୍ମାନ ପ୍ରଦାନ ଆଦି ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁକିନ୍ଦା ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ l ପୂର୍ବାହ୍ନରେ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓ କବୟିତ୍ରୀ ଲବଙ୍ଗଲତା ପରିଡ଼ା, ମିନର୍ଭl ମହାପାତ୍ର, କାଞ୍ଚନବାଳା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ ନୂତନ ଓ ପୁରାତନ କବି, କବୟିତ୍ରୀ ସ୍ୱରଚିତ କବିତା ପାଠକରିଥିଲେ l  ଅପରାହ୍ନରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ କବି ଓ ସାହିତ୍ୟିକ ପ୍ରଭାକର ଶତପଥି ମୁଖ୍ୟ ଅତିଥି, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବଚରଣ ମାଝି ମୁଖ୍ୟ ବକ୍ତା, ପ୍ରାଧ୍ୟାପକ ଡ. ସୁଧାଂଶୁ ଶେଖର ନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l କାର୍ଯ୍ୟକାରୀ ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଂଗଠନ ସମ୍ପାଦକ ଅଜୟ ଖୁଣ୍ଟିଆ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ସମ୍ପାଦକୀୟ ବିବରଣୀ ପାଠ କରିଥ