Posts

Showing posts from November 21, 2019

ଦୁର୍ନୀତି ରେ ବୁଡ଼ି ରହିଛି ବେଗା ପଞ୍ଚାୟତ l

Image
ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ବେଗା ପଞ୍ଚାୟତର ମହାଦୁର୍ନୀତି କୁ ବିରୋଧ କରିଛନ୍ତି l ପଞ୍ଚାୟତର ଉନ୍ନୟନ୍ନ କମିଟିର ସଦସ୍ୟ ଓ ସାଧାରଣ ଜନତା ଅଭିଯୋଗ କରିଛନ୍ତି କି ଏହି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯା, ଜେ ଇ, ସମସ୍ତ ମିଶି ପଞ୍ଚାୟତ ର ଅନୁଦାନ ପାଣ୍ଠିକୁ ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି l ପଞ୍ଚାୟତ ଉନ୍ନୟନ କମିଟି ସଭାପତି ଶ୍ରୀଯୁକ୍ତ ଜୟନ୍ତ ନାୟକ ଓ ନ୍ୟାୟବ ସରପଞ୍ଚ ଅଂଜନ କୁମାର ପାଢ଼ୀ ସୂଚନା ଅଧିକାର ଆଇନ ରେ ତଥ୍ୟ ସଂଗ୍ରହ କରି, ଏହିପରି ହଡପ୍ ର ଗୁମର ଖୋଲିଛନ୍ତି l ତାଙ୍କ ସହିତ ଯୁବ ସମାଜସେବୀ ମନୋଜ୍ କୁମାର୍ ନାୟକ ସମିତି ସଭ୍ୟ ଓ ସମସ୍ତ ପଞ୍ଚାୟତ ବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l ସରକାରଙ୍କ ଗାଇଡ୍ ଲାଇନ୍ କୁ ଉଲଂଘନ କରି CFC/SFC ଯୋଜନା ର ଅର୍ଥ କୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି l ଆସନ୍ତା ଡିସେମ୍ବର ୪ ତାରିଖ ସୁଦ୍ଧା ଜିଲ୍ଲାପାଳ ଏହାର ତଦନ୍ତ ଦାୟିତ୍ୱ ଗ୍ରହଣ କରି ଦୋଷୀ ମାନଙ୍କୁ ଉପଯୁକ୍ତ ଶାସ୍ତି ବିଧାନ କରିବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି l ନଚେତ୍ ଡେସେମ୍ବର ୫ ତାରିଖ ଦିନ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇ ଆନ୍ଦୋଳନ, ଆମରଣ ଅନଶନ କରିବାକୁ ଦର୍ଶାଇ ଦେଇଛନ୍ତି l RITA vision News 

ସଡ଼କ ଦୁର୍ଘଟଣାରେ ଜଣେ ମୃତ।

Image
ଯାଜପୁର /କଳିଙ୍ଗନଗର - ଆଜି ସନ୍ଧ୍ୟାରେ ଡୁବୁରୀ - ଚୋରଦା ରାସ୍ତା ର ପୁରୁଣା ସିଆର୍ରିଆ ମସଜିଦ୍ ପାଖରେ ଏକ ପିଚୁ ଟ୍ୟାଙ୍କର ଧକ୍କାରେ ଜଣେ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି l ତାଙ୍କ ଘର କଳିଙ୍ଗନଗର ଥାନା ଅନ୍ତର୍ଗତ ସୁକିନ୍ଦା ବ୍ଲକ ର ସାରଙ୍ଗ ପୁର୍ ଗ୍ରାମର ସାଇବ ବେଶ୍ରା ଙ୍କ ପୁଅ ରାଜେନ୍ଦ୍ର (26) ବୋଲି ବିଶେଷ ସୂଚନା ମିଳିଛି l 

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଳକ ର ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସ୍ଵର୍ଗତ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ରାଉତ୍ ଙ୍କ ପ୍ରତିମୃର୍ତ୍ତି ସ୍ଥାପିତ l

Image
ଯାଜପୁର - ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଳକ ର ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସ୍ଵର୍ଗତ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ରାଉତ୍ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି l ଏହି ଅବସରରେ ଗୋବର୍ଦ୍ଧନ ପୁର ଗ୍ରାମରେ ସ୍ଵର୍ଗତ ଶ୍ରୀଯୁକ୍ତ ରାଉତ୍ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପ୍ରତିମୂର୍ତ୍ତି ସ୍ଥାପନ ଓ ଉନ୍ମୋଚନ କରାଯାଇଛି l ଏହି ଅବସରରେ ସମସ୍ତ ଆତ୍ମୀୟସ୍ବଜନ ଓ ବନ୍ଧୁମାନେ ଉପସ୍ଥିତ ରହି ସ୍ଵର୍ଗତ ଶ୍ରୀଯୁକ୍ତ ରାଉତ୍ ଙ୍କ ପ୍ରତିମୃର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ l RITA vision News