ଦୁର୍ନୀତି ରେ ବୁଡ଼ି ରହିଛି ବେଗା ପଞ୍ଚାୟତ l

ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ବେଗା ପଞ୍ଚାୟତର ମହାଦୁର୍ନୀତି କୁ ବିରୋଧ କରିଛନ୍ତି l ପଞ୍ଚାୟତର ଉନ୍ନୟନ୍ନ କମିଟିର ସଦସ୍ୟ ଓ ସାଧାରଣ ଜନତା ଅଭିଯୋଗ କରିଛନ୍ତି କି ଏହି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯା, ଜେ ଇ, ସମସ୍ତ ମିଶି ପଞ୍ଚାୟତ ର ଅନୁଦାନ ପାଣ୍ଠିକୁ ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି l ପଞ୍ଚାୟତ ଉନ୍ନୟନ କମିଟି ସଭାପତି ଶ୍ରୀଯୁକ୍ତ ଜୟନ୍ତ ନାୟକ ଓ ନ୍ୟାୟବ ସରପଞ୍ଚ ଅଂଜନ କୁମାର ପାଢ଼ୀ ସୂଚନା ଅଧିକାର ଆଇନ ରେ ତଥ୍ୟ ସଂଗ୍ରହ କରି, ଏହିପରି ହଡପ୍ ର ଗୁମର ଖୋଲିଛନ୍ତି l ତାଙ୍କ ସହିତ ଯୁବ ସମାଜସେବୀ ମନୋଜ୍ କୁମାର୍ ନାୟକ ସମିତି ସଭ୍ୟ ଓ ସମସ୍ତ ପଞ୍ଚାୟତ ବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l ସରକାରଙ୍କ ଗାଇଡ୍ ଲାଇନ୍ କୁ ଉଲଂଘନ କରି CFC/SFC ଯୋଜନା ର ଅର୍ଥ କୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି l ଆସନ୍ତା ଡିସେମ୍ବର ୪ ତାରିଖ ସୁଦ୍ଧା ଜିଲ୍ଲାପାଳ ଏହାର ତଦନ୍ତ ଦାୟିତ୍ୱ ଗ୍ରହଣ କରି ଦୋଷୀ ମାନଙ୍କୁ ଉପଯୁକ୍ତ ଶାସ୍ତି ବିଧାନ କରିବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି l ନଚେତ୍ ଡେସେମ୍ବର ୫ ତାରିଖ ଦିନ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇ ଆନ୍ଦୋଳନ, ଆମରଣ ଅନଶନ କରିବାକୁ ଦର୍ଶାଇ ଦେଇଛନ୍ତି l RITA vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !