Posts

Showing posts from August 17, 2023

ଅବସରପ୍ରାପ୍ତ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ ।

Image
ଯାଜପୁର :- ଦାନଗଦି ବ୍ଲକ୍ ଅଧିନରେ ଥିବା ଏଲିମେଣ୍ଟାରୀ ଅବସରପ୍ରାପ୍ତ ଶିକ୍ଷକଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଗତ ସୋମବାର ପୂର୍ବାହ୍ନରେ, ଡୁବୁରୀସ୍ଥିତ କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ,ସଂଘର ସଭପତି ଅକ୍ଷୟ କୁମାର ରାଉତ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ଦୁଇ ଶିକ୍ଷକ ଅନନ୍ତ ଚରଣ ଖୁଣ୍ଟିଆ,ଏବଂ ନାରାୟଣ ନାୟକଙ୍କ ନିମନ୍ତେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା, ପରେ ସଂଘର ସାଧାରଣ ସଂପାଦକ ବଳରାମ ଆଇଚ୍ ସଂଘର ବିବରଣୀ ପାଠ କରିଥିଲେ । ଶିକ୍ଷକମାନଙ୍କର ଚିକିତ୍ସା ଭତ୍ତା, ସ୍ୱାସ୍ଥ୍ୟବୀମା, ପେନସନ ବୃଦ୍ଧି,୬୫ ବର୍ଷ ପରେ ଅତିରିକ୍ତ ପେନସନ ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ସଭାରେ ଅଲେଖ ପ୍ରସାଦ ଜେନାଙ୍କ ରଚିତ ପୁସ୍ତକ ଗୋପଲୀଳା ଉନ୍ମୋଚନ କରାଯାଇଥିଲା। ଆଜିର ବୈଠକରେ ଜିଲ୍ଲା ସଂଘସଂପାଦକ ବିବେକାନନ୍ଦ ନାୟକ, ମଦନମୋହନ କର, ଅଲେଖ ପ୍ରସାଦ ଜେନା, ରବିନାରାୟଣ ନାୟକ, ହୃଷିକେଶ ବେହେରା, ପଞ୍ଚାନନ ବଳ ପ୍ରମୁଖ ଶିକ୍ଷକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।