Posts

Showing posts from December 4, 2021

କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣର ନକଲି ମଦ ସରଞ୍ଜାମ ସହ ତିନି ଜଣ ଗିରଫ I

Image
ଯାଜପୁର :- କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ରଗଡି ଛକରେ ଚଢ଼ାଉ ୧୫୦ ଲିଟର ଡୁପ୍ଲିକେଟ ସ୍ପିରିଟ ସମେତ ବିଭିନ୍ନ ମଦ ତିଆରି ସରଞ୍ଜାମ ଜବତ,୩ ଗିରଫ ହେଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା। ସୂଚନା ମୁତାବକ ଆଜି ସଖାଳୁ ପଶ୍ଚିମବଙ୍ଗରୁ ଏକ ବସ ଯୋଗେ ରଗଡି ଛକକୁ ବ୍ୟାପକ ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ଆସୁଥିବା ଅବକାରୀ କମିିସନର ଆଶିଷ କୁମାର ସିଂ ଜାଣିବାକୁ ପାଇଥିଲେ। ଏଥିସହିତ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡିଏସପି ପ୍ରବୀର କୁମାର ସମାଲଙ୍କୁ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ତେବେ ଡିଏସପି ଶ୍ରୀ ସାମଲଙ୍କ ତତ୍ୱବାଧାନରେ ଅବକାରୀ ଅଧିକାରୀ ସନ୍ତୋଷ କୁମାର ଖଟୁଆ ଏକ ୧୫ ଜଣିଆ ଟିମ ଧରି ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ଟମକା ଥାନା ବାଦବିଲି ଅଂଚଳର ମୋତି ରଂଜନ ଚକ୍ର, ବିଜୟ କୁମାର ଚକ୍ର ଓ ପାଣିକୋଇଲି ଥାନା ସୋତି ଗାଁର ରମେଶ କୁମାର ନାୟକଙ୍କୁ ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ସହିତ ଗିରଫ କରିବାରେ ସଫଳ ହେଇଥିଲେ। ଏଥିସହିତ ଏହି ଅଭିଯୁକ୍ତଙ୍କ ନିକଟରୁ ୧୫୦ ଲିଟର ଡୁପ୍ଲିକେଟ ସ୍ପିରିଟ,୧ ହଜାର ଡୁପ୍ଲିକେଟ ଠିପି,୫୦ ବୋତଲ ନକଲି ମଦ ଓ ଏକ ବାଇକ ଜବତ କରିଥିଲେ । ତେବେ ଆଜି ଏହି ତିନିଜଣ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ପାଇଁ କଟକ କେନ୍ଦ୍ରାଞ୍ଚଳ କମିଶନରଙ୍କ ନିକଟରେ ଉପସ୍ଥିତ କରିବେ ବୋଲି ଜଣାପଡ଼ିଛି।

କୁଖ୍ୟାତ ଅନ୍ତରାଜ୍ୟ ନିଶା ବେପାରୀ ଶେଖ ଆଜ ବାହାର ଗିରଫ l

Image
ରାଜସ୍ଥାନ(ବ୍ୟୁରୋ ରିପୋର୍ଟ ):-ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର କୁ ଓଡିଶା ଏସ ଟି ଏଫ ରାଜସ୍ଥାନ ପୋଲିସ ର ସହାୟତାରେ ସ୍ଥାନୀୟ ଯୋଦ୍ଧପୁର ରୁ ଗିରଫ କରିବାରେ ସକ୍ଷମ ହୋଇଛି। ତା ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି।ସେ ବିଭିନ୍ନ ସମୟରେ ସ୍ତନ ବଦଳାଇ ପୋଲିସ ଆଖିରେ ଧୂଳିଦେଇ ଲୁଚି ରହୁଥିଲା । ତାର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବର ର ରାଜପୁର ରେ ବୋଲି ସୂଚନା ମିଳିଛି।ଏଠାରେ ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ତା ଠାରୁ ପୋଲିସ ଆନୁମାନିକ ୨କିଲୋ ୪୦୨ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା।ସେ ବିଶେଷତ୍ୱ ବାଲେଶ୍ୱର,ଜଳେଶ୍ବର,ଓ ପଶ୍ଚିମ ବଙ୍ଗ ରେ ତାର ବେଆଇନ ନିଶା କାରବାର ଚଳାଇ ଆସୁଥିଲା।

ବିବାହିତା ମହିଳା ଙ୍କ ମୃତ ଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ମୃତା ଙ୍କ ଭାଇ ।

Image
ବଲାଙ୍ଗୀର: - ପାଟଣାଗଡପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମ ରେ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଘରୁ ଉଦ୍ଧାର କରାଯାଇଛି । ସୁଚନା ଅନୁସାରେ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମ ର ଅଜୁର୍ନ ରାୟ ଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି (୩୦) ଙ୍କ ଗତ ତା ୨ .୧୨.୨୦୨୧ ଗୁରୁବାର ରାତିରେ ମୃତ ଘଟିଛି ଥିବା ସୁଚନା ମିଳିଛି । ମୃତ୍ୟ ଦେହ ଆଜି ଶୁକ୍ରବାର ଖପ୍ରାଖୋଲ ପୋଲିସ ,ବେଲପଡା ତହସିଲଦାର ପ୍ରଭାତୀ ପ୍ରଧାନ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିଥିବା ବେଳେ ମୃତା ଚନ୍ଦ୍ରକାନ୍ତି ଙ୍କ ଭାଇ କେଶବ ବାରିକ ମୋର ଭଉଣୀ ଙ୍କୁ ହତ୍ୟା କରାଯାଇଛି ବୋଲି ଖପ୍ରାଖୋଲ ଥାନା ରେ ଅଜୁର୍ନ ରାୟ ଙ୍କ ପରିବାର ଲୋକେ ମିଶି ତଣ୍ଟିଚିପି ମାରିଦେଇ ଖଟ ରେ ଶୁଆଇ ଆତ୍ମହତ୍ୟା କରିଥିବା ରୁପ ଦେଉଛନ୍ତି ବୋଲି ମୃତା ଙ୍କ ଭାଇ କେଶବ , ଅଜୁର୍ନ ରାୟ , ପ୍ରେମାନନ୍ଦ ରାୟ ,ଗୋପରାୟ , ଶ୍ରୀମତୀ ରାୟ ଙ୍କ ନାମରେ ଲିଖିତ ଏତଲା ଦେଇଛନ୍ତି । ଅର୍ଜୁନ ଙ୍କ ସମେତ ତାଙ୍କ ପରିବାରର ଲୋକେ ମୋର ଭଉଣୀ ଚନ୍ଦ୍ରକାନ୍ତି ଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ ଏବଂ ଘରୋଇ ଭାବରେ ଆଲୋଚନା କରି ସମାଧାନ କରି ଥିଲେ ମଧ୍ୟ ନିର୍ଯ୍ୟାତନା ବାରମ୍ବାର ଦେଉଥିଲେ ଓ ମାରିଦେବୁ ବୋଲି କହୁଥିଲେ ବୋଲି କେଶବ ଲିଖିତ ଏତଲା ରେ ଦର୍ଶାଇଛନ୍ତି । ମୃତା ଙ୍କ ପରିବାର ଲୋକେ ନ୍ୟାୟ ଦାବି ରେ ଶବ କୁ ର