ବିବାହିତା ମହିଳା ଙ୍କ ମୃତ ଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ମୃତା ଙ୍କ ଭାଇ ।


ବଲାଙ୍ଗୀର: - ପାଟଣାଗଡପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମ ରେ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଘରୁ ଉଦ୍ଧାର କରାଯାଇଛି । ସୁଚନା ଅନୁସାରେ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମ ର ଅଜୁର୍ନ ରାୟ ଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି (୩୦) ଙ୍କ ଗତ ତା ୨ .୧୨.୨୦୨୧ ଗୁରୁବାର ରାତିରେ ମୃତ ଘଟିଛି ଥିବା ସୁଚନା ମିଳିଛି । ମୃତ୍ୟ ଦେହ ଆଜି ଶୁକ୍ରବାର ଖପ୍ରାଖୋଲ ପୋଲିସ ,ବେଲପଡା ତହସିଲଦାର ପ୍ରଭାତୀ ପ୍ରଧାନ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିଥିବା ବେଳେ ମୃତା ଚନ୍ଦ୍ରକାନ୍ତି ଙ୍କ ଭାଇ କେଶବ ବାରିକ ମୋର ଭଉଣୀ ଙ୍କୁ ହତ୍ୟା କରାଯାଇଛି ବୋଲି ଖପ୍ରାଖୋଲ ଥାନା ରେ ଅଜୁର୍ନ ରାୟ ଙ୍କ ପରିବାର ଲୋକେ ମିଶି ତଣ୍ଟିଚିପି ମାରିଦେଇ ଖଟ ରେ ଶୁଆଇ ଆତ୍ମହତ୍ୟା କରିଥିବା ରୁପ ଦେଉଛନ୍ତି ବୋଲି ମୃତା ଙ୍କ ଭାଇ କେଶବ , ଅଜୁର୍ନ ରାୟ , ପ୍ରେମାନନ୍ଦ ରାୟ ,ଗୋପରାୟ , ଶ୍ରୀମତୀ ରାୟ ଙ୍କ ନାମରେ ଲିଖିତ ଏତଲା ଦେଇଛନ୍ତି । ଅର୍ଜୁନ ଙ୍କ ସମେତ ତାଙ୍କ ପରିବାରର ଲୋକେ ମୋର ଭଉଣୀ ଚନ୍ଦ୍ରକାନ୍ତି ଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ ଏବଂ ଘରୋଇ ଭାବରେ ଆଲୋଚନା କରି ସମାଧାନ କରି ଥିଲେ ମଧ୍ୟ ନିର୍ଯ୍ୟାତନା ବାରମ୍ବାର ଦେଉଥିଲେ ଓ ମାରିଦେବୁ ବୋଲି କହୁଥିଲେ ବୋଲି କେଶବ ଲିଖିତ ଏତଲା ରେ ଦର୍ଶାଇଛନ୍ତି । ମୃତା ଙ୍କ ପରିବାର ଲୋକେ ନ୍ୟାୟ ଦାବି ରେ ଶବ କୁ ରାସ୍ତା ରଖି ରାସ୍ତା ରୋକ କରିଥିବା ସୁଚନା ମିଳିଛି । ଖପ୍ରାଖୋଲ ଥାନା କେନ୍ଧେନଝୁଲା ଗ୍ରାମ ର ଗୋପ ରାୟ ଙ୍କ ପୁଅ ଅଜୁର୍ନ ରାୟ ଗତ ଆଠ ବର୍ଷ ତଳେ ବେଲପଡା ଥାନା ବେଲପଡା ଗ୍ରାମ ର କାଳିଆ ବାରିକ ଙ୍କ ଝିଅ ଚନ୍ଦ୍ର କାନ୍ତି ଙ୍କୁ ବିବାହ କରିଥିଲେ । ତାଙ୍କର ଚାରିଟି ସନ୍ତାନ ଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।(ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !