Posts

Showing posts with the label ଆଞ୍ଚଳିକ ଖେଳ ଖବର

ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ବନ ମହୋତ୍ସବ ପାଳନ l

Image
RITA VISION NEWS By Umakanta Mohapatra  କଳିଙ୍ଗନଗର: - ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ ଜଙ୍ଗଲ ଏବଂ ବୃକ୍ଷରୋପଣର ଗୁରୁତ୍ବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସାରା ଦେଶରେ ବନମହୋତ୍ସବ ସପ୍ତାହ ପାଳନ କରାଯାଏ ।ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର(ଟିଏସ୍‌) ପକ୍ଷରୁ ଶୁକ୍ରବାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନା ଏବଂ ଗୋବରଘାଟୀର ପୁନର୍ବାସ କଲୋନୀ ପରିସରରେ ବହୁସଂଖ୍ୟକ ବୃକ୍ଷରୋପଣ ସହ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଟାଟା ଷ୍ଟିଲ୍‌ କଳିଙ୍ଗନଗରର ପରିବେଶ ବିଭାଗ ଦ୍ବାରା ଆୟୋଜିତ ଏହି ମହୋତ୍ସବରେ କାରଖାନା ଏବଂ ଗୋବରଘାଟୀ କଲୋନୀ ପରିସରରେ ୨୧୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା । ଏହି ବୃକ୍ଷରୋପଣ ଅବସରରେ କଳିଙ୍ଗନଗରର ସିଆଇଏସ୍ଏଫ୍ ୟୁନିଟ୍‌ର ସବ୍‌-ଇନ୍ସପେକ୍ଟର ଯୋଗେଶ କୁମାର , ଟିଏସ୍କେର ସୁରକ୍ଷା ବିଭାଗର ମୁଖ୍ୟ ମୁକୁଲ କୁମାର ଏବଂ ନିଏସ୍କେର ପରିବେଶ ବିଭାଗର ମୁଖ୍ୟ ରାଜୁ ଅଗ୍ରୱାଲ ଉପସ୍ଥିତ ଥିଲେ । କାରଖାନା ପରିସରରେ କର୍ମଚାରୀ ଏବଂ ଚୁକ୍ତିଭିତିକ କର୍ମଚାରୀଙ୍କ ଦ୍ୱାରା ୧୬୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା l ସେହିପରି ଗୋବରଘାଟୀ କଲୋନୀ ପରିସରରେ ଟାଟା ଷ୍ଟିଲ୍‌ ପରିବାରର ସଦସ୍ୟମାନେ ୫୦୦ରୁ ଅଧିକ ଚାରା ରୋପଣ କରିଥିଲେ ।

ଅଞ୍ଜିରା ଗଡ଼ ଗ୍ରାମରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଳିତ ହୋଇଯାଇଛି l

Image
RITA VISION NEWS By Umakanta Mohapatra ଯାଜପୁର - ସାରା ଦେଶ ବିଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଉଛି l ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ଅଞ୍ଜିରା ଗଡ଼ ଗ୍ରାମରେ ପବିତ୍ର ରଥଯାତ୍ରା କୁ ଗ୍ରାମବାସୀଙ୍କ ଦ୍ବାରା ବହୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା l ଏହି ଅବସରରେ ମହାପ୍ରଭୁ ଙ୍କ ବିଧି ବ୍ଯବସ୍ଥା ଅନୁଯାୟୀ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ମୁଖ୍ୟ ପୂଜକ ପଣ୍ଡିତ ଗିରୀଶ ପଣ୍ଡା ଓ ମନ୍ଦିର କମିଟିର ମୁଖିଆ ମାନଙ୍କୁ ନେଇ ପ୍ରଥମେ ରଥ କୁ ପବିତ୍ର ମନ୍ତ୍ର ରେ ଶୁଦ୍ଧି କରିବା ଓ ପରେ ଦଧିବାମନ ଜୀଉଙ୍କ ପହଣ୍ଡି ବିଜେ ହୋଇଥିଲା l ମହାପ୍ରଭୁ ଙ୍କ ରଥାରୁଢ଼ କରାଇ ଅଞ୍ଜିରା ଗ୍ରାମର ଆବାଳବୃଦ୍ଧବନିତା ସମସ୍ତେ ଏକସ୍ୱରରେ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟଣା ଆରମ୍ଭ ହୋଇଥିଲା l ଏହି ରଥଯାତ୍ରା ବହୁ ପୁରାତନ କାଳରୁ ଏଠିକାର ରାଜାଙ୍କର ଶାସନ କାଳରୁ ପାଳିତ ହୋଇଆସୁଅଛି l ଭଜନ କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ହୋଇଥିଲା ଅଞ୍ଚଳ l ସନ୍ଧ୍ୟା ୬ ଘଟିକା ସମୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା l ଗ୍ରାମର ମୁରବି ନଟବର ଚକ୍ର, ଶରତ ଚକ୍ର, ବସନ୍ତ ଚକ୍ର, ହେମନ୍ତ ଚକ୍ର, ନାରାୟଣ ଧୀର, ପ୍ରମୋଦ ଧୀର, ଅଲେଖ ଧୀର, ଈଶ୍ୱର ଚକ୍ର, ମଙ୍ଗୁଳି ବେହେରା, ଶରତ ବେହେରା, ଇନ୍ଦ୍ରମଣି ବେହେରା, ସନ୍ତୋଷ ଜେନା, ଚକ୍ରଧର ଭ

ସରକାରୀ ନିୟମ କୁ ଖୁଲମ୍ ଖୋଲା ଉଲଂଘନ, ବିନା ଫଳକ ରେ ତରବରିଆ ଭାବେ ଚାଲିଛି କାର୍ଯ୍ୟ, ସାଧାରଣ ଲୋକଙ୍କ ମନରେ ସନ୍ଦେହ ।

Image
RITA VISION NEWS By Umakanta Mohapatra ଯାଜପୁର (କାଳିଆପାଣି) :- ପଞ୍ଚାୟତ ରେ ବିନା ଫଳକରେ ଚାଲିଛି କାମ, ବିକାଶ ନାମରେ ବ୍ୟାପକ ହରିଲୁଟ୍ ଅଭିଯୋଗ । ପଞ୍ଚାୟତ ମାନଙ୍କର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ଲୋକଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏପରିକି ଯେଉଁସବୁ ସରକାରୀ କାମ କରାଯାଉଛି ସେସବୁର ବ୍ୟୟ ବରାଦ କଣ ରହିଛି ତାହା ସାଧାରଣ ଲୋକଙ୍କୁ ଜଣାଇବା ପାଇଁ କାର୍ଯ୍ୟସ୍ଥଳରେ ଫଳକ ଲଗାଇବା ସରକାରୀ ନିୟମ ଅନୁସାରେ ବାଧ୍ୟତା ମୂଳକ ରହିଛି । ହେଲେ ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ି ପାଳ ପଞ୍ଚାୟତ ର ଅରଡ଼ା ପାଳ ଠାରୁ ପୋଡ଼ା ଅରା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ବିନା ଫଳକରେ ହେଉଥିବା ଅଭିଯୋଗ ହୋଇଛି । ବିଗତ କିଛିଦିନ ହେବ କାର୍ଯ୍ୟ ସମାପ୍ତ ପାଇଁ ଠିକାଦାର ଓ ଆର ଆଇ କାର୍ଯ୍ୟ ସ୍ଥଳରେ ଜୋର ସୋର ରେ ଲାଗି ପଡି ଥିବା ବେଳେ ଏହି କାର୍ଯ୍ୟ କୁ ନେଇ ସାଧାରଣ ଲୋକଙ୍କ ମନରେ ଏକ ସନ୍ଦେହ ସୃଷ୍ଟି ହେଉଛି । ଏହି ରାସ୍ତା କାର୍ଯ୍ୟ ଟି ଆର୍ଡି କାର୍ଯ୍ୟ ରେ ନିୟୋଜିତ ଥିବା ବେଳେ ଆର.ଆଇ ଓ ସ୍ଥାନୀୟ ଅଞ୍ଚଳର ଜୈନିକ ବ୍ୟକ୍ତି ଙ୍କୁ ନେଇ ସାଧାରଣ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ନେଇ ମଧ୍ୟ ସ୍ଥାନୀୟ ଜମି ହରା ବାସିନ୍ଦା ଙ୍କ ମନରେ ଦ୍ଵନ୍ଦ ପ୍ରକାଶ ପାଇଛି । ଉକ୍ତ ରାସ୍ତା କାର୍ଯ୍ୟ ପାଇଁ ଅଧିଗ୍ରହଣ ଜମି ପାଇଁ ସ

ଆଗକୁ ପାଦ ଥାପୁଛି ଚାଷୀ ଆନ୍ଦୋଳନ, ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚର ମେଳିରୁ ମିଳୁଛି ସୂଚନା!

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର) :- ୨୯ ମୈାଜା ଭୂମିମୁକ୍ତି କୂଷକ ମଞ୍ଚ ର ଆହୂାନରେ ନାରୀ ନେତ୍ରୀ ଶ୍ରୀମତୀ ସୂର୍ଣଲତା ବାନାରା ଙ୍କ ସଭାପତିତ୍ବରେ ଗୋବରଘାଟୀ ମୈାଜାର ହାତୀମୁଣ୍ଡା ଗ୍ରାମରେ ,ହାତୀମୁଣ୍ଡା, ମଶାଖୀଆ, ବେଲହୁଡି,ମିରିଗିଚରା ର ଶତାଧୀକ ଚାଷୀ ପରିବାର ମାନେ ବିଧିବଦ୍ଧ ଭାବରେ ଅପରାହ୍ନ ୫ଘଟିକା ଠାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ହାତୀମୁଣ୍ଡା ଛକ ରେ ଏକତ୍ର ହୋଇ ଭୂମିମୁକ୍ତି କୂଷକ ମଞ୍ଚ ରେ ସାମିଲ ହୋଇ ଆଲୋଚନା ଆଲୋଚନା କରିଥିଲେ l ସରକାର ଙ୍କ ରାଜସ୍ୱ ବିଭାଗ ଉଦାସୀନତା ଯୋଗୁ ୯୮ ବର୍ଷ ଧରି ଅଂଚଳ ବାସୀ ସେମାନଙ୍କ ବାପ ଗୋସାପ ଅମଳ ର ଜଙ୍ଗଲ ସଫା କରି ଘରବାଡି ଓ ଚାଷଜମିକୁ ସରକାରୀ ଖାତା ରେ ଯୋଗକରି ନଥିବାରୁ ସମସ୍ତେ ଆନ୍ଦୋଳନ କୁ ଓହ୍ଲାଇ ବାକୁ ଶପଥ ନେଇଥିଲେ l ଗାଁଗାଁ ରେ ଜମି ସର୍ଭେ ନ କରି କେବଳ ବନ୍ଦୋବସ୍ତ କୋର୍ଟ କରିଦେଲେ କାହାରି ଜମି ର ପଟ୍ଟା ପାଇବା ସମସ୍ୟା ର ସମାଧାନ ହୋଇ ପାରିବ ନାହିଁ ବୋଲି ସମସ୍ତେ ଏକ ସ୍ୱର ରେ ମତ ଦେଇଥିଲେ l କୂଷକ ମଞ୍ଚ ତରଫରୁ ଆଗାମୀ ଦିନରେ ମୈାଜାୱାରୀ ଜମି ମାଲିକ ମାନେ ନିଜନିଜ ର ଜମି ଘରଢିହ ର ସୂଚନା କୁ ଲିପିବଦ୍ଧ କରି କୋର୍ଟ ରେ ଦାଖଲ କରିବାର ନିଷ୍ପତି ନିଆଯାଇଥିଲା l ଜମି ବନ୍ଦୋବସ୍ତ ବିନା କାହାରିକୁ କୈାଣସୀ ମୂଲ୍ୟ ରେ କେହି ପ୍ରଜା ଜମି ହସ୍ତାନ୍ତର କରିବେନାହିଁ ବୋଲି ସମସ୍ତେ ମିଳିତ ଶପଥ ନେଇ

ଟୁକନ ପାଇଁ ଚାଷୀ ହତାଶ ହୋଇ ସମବାୟ ସମିତି କାର୍ଯ୍ୟାଳୟ ରେ ତାଲା ପକାଇଲେ l

Image
RITA VISION NEWS By Umakanta Mohapatra ଯାଜପୁର(ଦାନଗଦୀ) :- ରାଜ୍ଯ ସରକାର କୃଷକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଭିନ୍ନ ଜିଲ୍ଲାରେ ପ୍ରମାଣିତ ହୋଇଛି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ ର କୃଷି ସମବାୟ ସମିତି ଠାରେ l ଜିଲ୍ଲା ର ଦାନଗଦୀ ବ୍ଲକ ରାଣୀପଡ଼ା ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ଅଫିସ କୁ ପାଞ୍ଚ ପଞ୍ଚାୟତ ର ଚାଷୀ ମାନେ ତାଲା ପକାଇ ଥିବାର ଦେଖିବାକୁ ମିଳିଥିଲା l ସୂଚନା ମୁତାବକ ଦାନଗଦୀ ଠାରେ ତ୍ରିଜଙ୍ଗା, ଧୂଳିଗଡ଼, ଓଲ୍ଲଳ , ରାଣୀପଡ଼ା ଓ ରାଛୀପୁର ଗ୍ରାମପଞ୍ଚାୟତ କୁ ନେଇ ରାଣୀପଡ଼ା ପ୍ରାଥମିକ କୃଷିସେବା ସମବାୟ ସମିତି ଲିଃ ଖୋଲାଯାଇଛି l ଚଳିତ ବର୍ଷ ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ କାର୍ଯ୍ୟାଳୟ ରୁ ଏକ ଶହ ଟଙ୍କା ଦେଇ ଟୁକନ ନେଇଥିଲେ l କିନ୍ତୁ ଫେବୃଆରୀ ପନ୍ଦର ତାରିଖ ଟିକେଟ ର ଶେଷ ଦିନ ହୋଇଥିବା ହେତୁ ମଣ୍ଡି ଚାଷୀଙ୍କ ଠାରୁ ଧାନ ନେଇ ପାରିନଥିଲା l ଚାଷୀ ଯଦି ଧାନ କୁ ବିକ୍ରି ନ କରିବେ ଋଣ କିଭଳି ପରିଶୋଧ କରିବେ? ସେମାନଙ୍କ ପରିବାର ଚାଲିବ କେମିତି? ଚାଷୀ ବର୍ତ୍ତମାନ ହତାଶ ହୋଇ ଉପାୟ ଶୂନ୍ୟ l ଏହି ପରିସ୍ଥିତି ରେ କୃଷକମାନେ କୃଷି ସମବାୟ ସମିତି କାର୍ଯ୍ୟାଳୟ ରେ ତାଲା ପକାଇ ଥିବାର ଦେଖିବାକୁ ମିଳିଥିଲା l ଏହି ଟୁକନ ବ୍ୟବସ୍ଥା ର ଅନିୟମିତତା ଅଭିଯୋଗ କରି କୃଷି ସମବାୟ ସମିତି କାର୍ଯ୍ୟାଳୟ ର ସମୁଖରେ ଆନ୍ଦୋଳନ ଜାରି ରଖିଥିଲେ l

ସତାର ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ l

Image
ଯାଜପୁର (ସୁକିନ୍ଦା) - ଲାୟନ୍ସ କ୍ଲୁବ କଳିଙ୍ଗନଗର ସହାୟତାରେ ସୁକିନ୍ଦାବ୍ଲକ ଅନ୍ତର୍ଗତ କାରିଟୋଲl(ବାଲିଆ)ର ଜେ. ଏ. ଆଦିବାସୀ କ୍ଲବ ପକ୍ଷରୁ ଆୟୋଜିତ ୧୭ତମ ସତ୍ତାର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୩୧ ତାରିଖରେ ଉଦଯାପିତ ହୋଇଯାଇଛି l କୋଭିଡ ୧୯ଫୁଟବଲ ଟିମ ଢେଙ୍କାନାଳ ଓ ନାକଦେଇ ଫୁଟବଲ ଟିମ ସୁକିନ୍ଦା ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ଭାବେ ଶେଷ ହେବା ଫଳରେ ଟାଇ ବ୍ରେକର ଜରିଆରେ କୋଭିଡ ୧୯ ଟିମ ୨-୧ ଗୋଲରେ ନାକଦେଇ ଟିମକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା l  ମ୍ୟାଚ ପରିଚାଳନା କରିଥିଲେ ଧନୁ ଟୁଡୁ l ଦୁଇଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ୪୦ଟି ଗ୍ରାମାଞ୍ଚଳ ଫୁଟବଲ ଟିମ ଅଂଶ ଗ୍ରହଣ କରିଥିଲେ l ଉଦଯାପନୀ ସଭାରେ ସମାଜସେବୀ ଇଂ ବିଶ୍ୱଜିତ ମହାନ୍ତି ମୁଖ୍ୟ ଅତିଥି,ଲାୟନ୍ସ କ୍ଲବ ସଭାପତି ଡ଼ ମଞ୍ଜୁର ଅଲ୍ଲୀ ପୂର୍ବତନ ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଶିକ୍ଷାବିତ ଧନୁ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସ  ଅପ୍  ସମେତ ଟିମ୍  ୩ୟ, ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଥିବା ଟିମକୁ ପୁରସ୍କାର ପ୍ରଦାନ କରିଥିଲେ l କ୍ଲବ ପକ୍ଷରୁ ଶିବ ମୁର୍ମୁ, କୁଶଲ ବେସରା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ l