ଟୁକନ ପାଇଁ ଚାଷୀ ହତାଶ ହୋଇ ସମବାୟ ସମିତି କାର୍ଯ୍ୟାଳୟ ରେ ତାଲା ପକାଇଲେ l

RITA VISION NEWS By Umakanta Mohapatra


ଯାଜପୁର(ଦାନଗଦୀ) :- ରାଜ୍ଯ ସରକାର କୃଷକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଭିନ୍ନ ଜିଲ୍ଲାରେ ପ୍ରମାଣିତ ହୋଇଛି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ ର କୃଷି ସମବାୟ ସମିତି ଠାରେ l ଜିଲ୍ଲା ର ଦାନଗଦୀ ବ୍ଲକ ରାଣୀପଡ଼ା ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ଅଫିସ କୁ ପାଞ୍ଚ ପଞ୍ଚାୟତ ର ଚାଷୀ ମାନେ ତାଲା ପକାଇ ଥିବାର ଦେଖିବାକୁ ମିଳିଥିଲା l ସୂଚନା ମୁତାବକ ଦାନଗଦୀ ଠାରେ ତ୍ରିଜଙ୍ଗା, ଧୂଳିଗଡ଼, ଓଲ୍ଲଳ , ରାଣୀପଡ଼ା ଓ ରାଛୀପୁର ଗ୍ରାମପଞ୍ଚାୟତ କୁ ନେଇ ରାଣୀପଡ଼ା ପ୍ରାଥମିକ କୃଷିସେବା ସମବାୟ ସମିତି ଲିଃ ଖୋଲାଯାଇଛି l ଚଳିତ ବର୍ଷ ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ କାର୍ଯ୍ୟାଳୟ ରୁ ଏକ ଶହ ଟଙ୍କା ଦେଇ ଟୁକନ ନେଇଥିଲେ l କିନ୍ତୁ ଫେବୃଆରୀ ପନ୍ଦର ତାରିଖ ଟିକେଟ ର ଶେଷ ଦିନ ହୋଇଥିବା ହେତୁ ମଣ୍ଡି ଚାଷୀଙ୍କ ଠାରୁ ଧାନ ନେଇ ପାରିନଥିଲା l ଚାଷୀ ଯଦି ଧାନ କୁ ବିକ୍ରି ନ କରିବେ ଋଣ କିଭଳି ପରିଶୋଧ କରିବେ? ସେମାନଙ୍କ ପରିବାର ଚାଲିବ କେମିତି? ଚାଷୀ ବର୍ତ୍ତମାନ ହତାଶ ହୋଇ ଉପାୟ ଶୂନ୍ୟ l ଏହି ପରିସ୍ଥିତି ରେ କୃଷକମାନେ କୃଷି ସମବାୟ ସମିତି କାର୍ଯ୍ୟାଳୟ ରେ ତାଲା ପକାଇ ଥିବାର ଦେଖିବାକୁ ମିଳିଥିଲା l ଏହି ଟୁକନ ବ୍ୟବସ୍ଥା ର ଅନିୟମିତତା ଅଭିଯୋଗ କରି କୃଷି ସମବାୟ ସମିତି କାର୍ଯ୍ୟାଳୟ ର ସମୁଖରେ ଆନ୍ଦୋଳନ ଜାରି ରଖିଥିଲେ l ଆଗକୁ ଏହାର ସମାଧାନ ନ ହେଲେ ଏ ଆନ୍ଦୋଳନ ଉଗ୍ର ରୂପ ନେବବୋଲି କହିଥିଲେ ଓ ଚାଷୀ ମାନେ ରାଜରାସ୍ତା କୁ ଓହ୍ଲେଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !