Posts

Showing posts from October 1, 2020

ଜିଲ୍ଳା ପୋଲିସ୍ ଦ୍ଵାରା ଚାରି ଜଣ ଡକାୟତ ଗିରଫ l

Image
                ଗିରଫ ଚାରି ଡକାୟତ  ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ, ଡକାୟତି ଯୋଜନା କରୁଥିବା ଏକ ଡକାୟତ ଦଳ କୁ କାବୁ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ l    ଏହି ମାମଲାରେ ପୁଲିସ ପକ୍ଷରୁ ୪ ଜଣ ଙ୍କୁ ଗିରଫ କରି ସେମାନଙ୍କ ପାଖରୁ ଦୁଇଟି ମଟର ସାଇକେଲ, ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ପିସ୍ତଲ, ୫୫୧ ଗ୍ରାମ୍ ର ରୂପା ଅଳଙ୍କାର, ନଗଦ ୮୧୯୦ ଟଙ୍କା ଜବଦ କରିଛି l        ପୋଲିସ୍ ଦ୍ଵାରା ଉଦ୍ଧାର ହୋଇଥିବା ଜିନିଷ   ଧର୍ମଶାଳା PS ରେ ଏକ କେସ୍ U / S 399/402 IPC / 25 ଆର୍ମସ୍ ଆକ୍ଟ ପଞ୍ଜିକୃତ ହୋଇଛି | ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟକୁ ପଠାଯାଇଛି। ବିଭିନ୍ନ ଡକାୟତି ଏବଂ ଚୋରିରେ ସେମାନଙ୍କର ସମ୍ପୃକ୍ତି ଅନୁସନ୍ଧାନ କରାଯାଇଛି ଏବଂ ପରବର୍ତ୍ତୀ ଅନୁସନ୍ଧାନ ଜାରି ରହିଛି। (Rita vision News)