ବର୍ଷାରେ କଟକ ସହରର ଅବସ୍ଥା ଖରାପ l

କଟକ (Rita vision News )ଉତ୍ତର-ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ କଟକ ରେ ମୁଷଳ ଧାର ରେ ବର୍ଷା ହୋଇ ଜୀବନ ଯାତ୍ରା ବେହାଲ ହୋଇ ଯାଇଛି, ଜୀବନ ସହ ଜୀବିକା ମଧ୍ୟ ବାଧାପ୍ରାପ୍ତ ହୋଇଛି,ଖୁଦ୍ର ବ୍ୟବସାୟୀ ଙ୍କ ଯେଉଁ ଭଳି ଭାବେ ବେପାର ହବାକଥା ଲଗାଣ ବର୍ଷା ଯୋଗୁଁ ତାହା ହଉ ନାହିଁ। ଯାଇକା କାମ ହୋଇ ରାସ୍ତା ଘାଟ ଖାଲ ଢ଼ିପ ହୋଥିବାରୁ ସ୍ଥାନେ ସ୍ଥାନେ ପାଣି ଜମି ରହିଛି ଯାହା ଫଳରେ ଜାନ ବାହନ ଗମାନାଗମନ ରେ ଅସୁବିଧା ଦେଖା ଦେଉଛି।ପାଣିପାଗ କେନ୍ଦ୍ର ସୂତ୍ର ରୁ ସୂଚନା ଦିଆଯାଇଛି କି ଆଜି ଏବଂ କାଲି କଟକ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କଟକ କୁ ଏଲୋ ଓ୍ୱାନିଙ୍ଗ ଦିଆଯାଇଛି।