Posts

Showing posts from August 31, 2023

ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା-ସାଇରସ ପୁନାୱାଲା l

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : - ଦେଶର କେତେକ ଅଞ୍ଚଳରେ ଲୋକେ ଡ଼େଙ୍ଗୁ ପାଇଁ ଆତଙ୍କିତ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି l ଓଡ଼ିଶାରେ ବି ଏହାର ପ୍ରାଦୁର୍ଭାବ ଅନେକ ମାତ୍ରାରେ ବୃଦ୍ଧି ପାଇଛି l ଏହାର ନିରାକରଣ ପାଇଁ ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆସିବ ବୋଲି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ଏ ନେଇ ସିରମ ଇନଷ୍ଟିଚ୍ୟୁଟ ଟିକା ବିକଶିତ କରିବା ପାଇଁ ବ୍ୟବହାର କରୁଥିବା ଟେକ୍ନୋଲୋଜି ପାଇଁ ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ଭିଷ୍ଟେରା ସହିତ ସହଯୋଗ କରିଛି। ପୁନାୱାଲା କହିଛନ୍ତି ଯେ, ଆଫ୍ରିକୀୟ ଦେଶ ଏବଂ ଭାରତରେ ଏହି ନୂତନ ଟିକାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏଠାରେ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ସଂକ୍ରମିତ ହେଉଛନ୍ତି। ବିକଶିତ ହେଉଥିବା ଟିକା ଡେଙ୍ଗୁର ୪ଟି ଷ୍ଟ୍ରେନ ଉପରେ ପ୍ରଭାବଶାଳୀ ହେବ। ଗୋଟିଏ ବର୍ଷ ମଧ୍ୟରେ, ଆମେ ଡେଙ୍ଗୁ ପାଇଁ ଏକ ଟିକା ପ୍ରସ୍ତୁତ କରିବୁ। ସିରମ ଇନଷ୍ଟିଚ୍ୟୁଟ ଦୀର୍ଘ ଦିନ ଧରି ଡେଙ୍ଗୁ ଟିକା ଉପରେ କାର୍ଯ୍ୟ କରିଆସୁଛି।

ଭାରତର ବୈଜ୍ଞାନିକ ଆଉ ପାଦେ ଆଗକୁ ଯାଇ, ବିଶ୍ୱରେ ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ଚାଲିଛି ପ୍ରସ୍ତୁତି।

Image
(ଶନିବାର ଶ୍ରୀହାରିକୋଟାରୁ ହେବ ଉତ୍‌କ୍ଷେପଣ)  ବ୍ୟୁରୋ ରିପୋର୍ଟ :- ଚନ୍ଦ୍ରକୁ ଛୁଇଁବା ପରେ ଇସ୍ରୋ ଫୋକସରେ ସୂର୍ଯ୍ୟ। ଶନିବାର ଭାରତର ସୂର୍ଯ୍ୟ ଅଭିଯାନ- ଆଦିତ୍ୟ ଏଲ-୧ ଆରମ୍ଭ ହେବ। ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ PSLV C-57 ଯୋଗେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧।ଏହା ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରକୁ ଯିବ। ଅର୍ଥାତ୍ ଚନ୍ଦ୍ରଯାନ-୩ ଯେତିକି ଦୂରକୁ ଯାଇଛି, ତା’ଠାରୁ ପ୍ରାୟ ୪ ଗୁଣ ଅଧିକ ବାଟ ଯିବ ଆଦିତ୍ୟ ଏଲ-୧। ସକଳ ଶକ୍ତିର ଆଧାର ସୂର୍ଯ୍ୟ ହେଉଛି ପୃଥିବୀର ସବୁଠୁ ନିକଟତମ ନକ୍ଷତ୍ର। ତେଣୁ ସୂର୍ଯ୍ୟ ଉପରେ ଗବେଷଣାକୁ ଇସ୍ରୋ ଲକ୍ଷ୍ୟ ରଖିଛି। ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଏବେ ବେଶ ଉତ୍ସାହିତ ହୋଇପଡ଼ିଛି। ବିଶ୍ୱର କୌଣସି ବୈଜ୍ଞାନିକ ଯାହା କରି ପାରି ନଥିଲା, ସେକଥା ଏସ ସୋମନାଥଙ୍କ ଟିମ କରି ଦେଖାଇଛି। ଚନ୍ଦ୍ରଯାନ-୩ ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସକ୍ଷମ ହୋଇଛନ୍ତି। ଏହି ସଫଳତା ପରେ ଇସ୍ରୋ ପକ୍ଷରୁ ଆସନ୍ତା ଶନିବାର ସୂର୍ଯ୍ୟ ଉପରେ ଗବେଷଣା ପ୍ରଥମ ସ୍ପେଶ୍ ଅବଜର୍ଭେଟୋରି ପଠାଯିବ। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ PSLV C-57 ରକେଟ୍ ସହାୟତାରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧। ଏହା ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ

ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ, ମାତ୍ର ସାତ ମିନିଟରେ କ୍ୟାନସର ଚିକିତ୍ସା, ବିଶ୍ଵରେ ବ୍ରିଟେନ ହେବ ପ୍ରଥମ ଦେଶ l

Image
ବ୍ୟୁରୋ ରିପୋର୍ଟ :- କର୍କଟ ଭଳି ମାରାତ୍ମକ ରୋଗ କୁ ବର୍ତ୍ତମାନ ବ୍ରିଟେନ ଏଭଳି କିଛି କରିବାକୁ ଯାଉଛି । ଯାହା ପାଇଁ ସେ ସାରା ବିଶ୍ଵରେ ପ୍ରଥମ ଦେଶ ହେବ। ଯିଏ ନିଜ ଦେଶରେ କ୍ୟାନସର ରୋଗୀଙ୍କୁ ସାତ ମିନିଟ୍‌ରେ ତାହାର ଉପଚାରର ଔଷଧ ଦିଆଯିବ। ବ୍ରିଟେନର ଜନସ୍ଵାସ୍ଥ୍ୟ ସେବା (NHS) ଦେଶରେ ଶହ ଶହ କର୍କଟ ରୋଗୀଙ୍କୁ ଗୋଟିଏ ଇଞ୍ଜେକ୍ସନ ଦେଇ ଚିକିତ୍ସା ସମୟକୁ ତିନି ଚତୁର୍ଥାଂଶ ହ୍ରାସ କରିବାରେ ବିଶ୍ଵରେ ପ୍ରଥମ ହେବାକୁ ଯାଉଛି। ଇମ୍ୟୁନୋଥେରାପି ସହିତ ଚିକିତ୍ସିତ ହେଉଥିବା ଶହ ଶହ କର୍କଟ ରୋଗୀଙ୍କୁ ବର୍ତ୍ତମାନ ଚର୍ମ ତଳେ ଆଟେଜୋଲିଜୁମାବ ଇଞ୍ଜେକ୍ସନ ଦିଆଯିବାକୁ ପ୍ରସ୍ତୁତ କରାଯାଉଛି ବୋଲି ବ୍ରିଟିଶ ମେଡିସିନ୍ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) ର ଅନୁମୋଦନ ପାଇବା ପରେ NHS ମଙ୍ଗଳବାର ଦିନ କହିଛି। ଏହା କର୍କଟ ଚିକିତ୍ସା ପାଇଁ ସମୟ ହ୍ରାସ କରିବ । ଏନେଇ NHS କହିଛି ଯେ ଆଟେଜୋଲିଜୁମାବ, ଯାହା ଟେକେଣ୍ଟ୍ରିକ୍ ଭାବରେ ମଧ୍ୟ ଜଣାଶୁଣା। ସାଧାରଣତଃ ରୋଗୀମାନଙ୍କୁ ସିଧାସଳଖ ସେମାନଙ୍କ ଶିରାରେ ଡ୍ରପ୍ ମାଧ୍ୟମରେ ଦିଆଯାଏ । ଏହି ପ୍ରକ୍ରିୟା କିଛି ରୋଗୀଙ୍କ ପାଇଁ ପ୍ରାୟ ୩୦ ମିନିଟ୍ କିମ୍ବା ଏକ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ। ଅନେକ ରୋଗୀଙ୍କ କ୍ଷେତ୍ରରେ, ଏହି ସମୟ ମଧ୍ୟ ଅଧିକ ସମୟ ନେଇଥାଏ, ଯେତେବେଳେ ଔଷଧ ସେମାନଙ୍କ ଶିରାରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଯାଏ। କିନ୍ତ