ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା-ସାଇରସ ପୁନାୱାଲା l

ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : - ଦେଶର କେତେକ ଅଞ୍ଚଳରେ ଲୋକେ ଡ଼େଙ୍ଗୁ ପାଇଁ ଆତଙ୍କିତ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି l ଓଡ଼ିଶାରେ ବି ଏହାର ପ୍ରାଦୁର୍ଭାବ ଅନେକ ମାତ୍ରାରେ ବୃଦ୍ଧି ପାଇଛି l ଏହାର ନିରାକରଣ ପାଇଁ ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆସିବ ବୋଲି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ଏ ନେଇ ସିରମ ଇନଷ୍ଟିଚ୍ୟୁଟ ଟିକା ବିକଶିତ କରିବା ପାଇଁ ବ୍ୟବହାର କରୁଥିବା ଟେକ୍ନୋଲୋଜି ପାଇଁ ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ଭିଷ୍ଟେରା ସହିତ ସହଯୋଗ କରିଛି। ପୁନାୱାଲା କହିଛନ୍ତି ଯେ, ଆଫ୍ରିକୀୟ ଦେଶ ଏବଂ ଭାରତରେ ଏହି ନୂତନ ଟିକାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏଠାରେ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ସଂକ୍ରମିତ ହେଉଛନ୍ତି। ବିକଶିତ ହେଉଥିବା ଟିକା ଡେଙ୍ଗୁର ୪ଟି ଷ୍ଟ୍ରେନ ଉପରେ ପ୍ରଭାବଶାଳୀ ହେବ। ଗୋଟିଏ ବର୍ଷ ମଧ୍ୟରେ, ଆମେ ଡେଙ୍ଗୁ ପାଇଁ ଏକ ଟିକା ପ୍ରସ୍ତୁତ କରିବୁ। ସିରମ ଇନଷ୍ଟିଚ୍ୟୁଟ ଦୀର୍ଘ ଦିନ ଧରି ଡେଙ୍ଗୁ ଟିକା ଉପରେ କାର୍ଯ୍ୟ କରିଆସୁଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !