ନିର୍ବାଚନ ଦାୟିତ୍ୱ ସଂପାଦନ ନିମନ୍ତେ ୧୮୧୯ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ତାଲିମ ପ୍ରଦାନ l
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ସଦର ମହକୁମାର ନୃସିଂହ ଚୈାଧୁରୀ ଅଟୋନମସ ମହାବିଦ୍ୟାଳୟରେ ଚଳିତ ଏକକାଳୀନ ଯାଜପୁର ଜିଲ୍ଲା ସାଧାରଣ ନିର୍ବାଚନ-୨୦୨୪ ବୁଥ୍ ଦାୟିତ୍ୱ ସଂପାଦନ କରିବା ନିମନ୍ତେ ଯାଜପୁର, ଦଶରଥପୁର, ବିଂଝାରପୁର ବ୍ଳ୍କ ଏବଂ ଯାଜପୁର ମୁନିସିପାଲିଟିରେ ଜୁନ୍ ୧ ତାରିଖ ମତଦାନ ଦିବସରେ ବୁଥ୍ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ୧୮୧୯ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ୧୯ ଗୋଟି ପ୍ରଶସ୍ତ କକ୍ଷ ଓ ୨ ଗୋଟି ଗ୍ୟାଲେରୀ ମଧ୍ୟରେ ଆଜି ଦ୍ୱିତୀୟ ଦିବସ ପୂର୍ବାହ୍ନରେ ତାଲିମ ପ୍ରଦାନ କରାଯାଇଅଚ୍ଥି l ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ପାଳ ନବକ୍ରିଷ୍ଣ ଜେନା, ଅତିରିକ୍ତଜିଲ୍ଲା ପାଳ ଶୁଭେନ୍ଦ୍ର କୁମାର ସାମଲ, ଉପ-ଜିଲ୍ଳ୍ାପାଳ ଅଂଶୁମାନ ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ଡେପୁଟୀ କଲେକ୍ଟର, ନିର୍ବାଚନ ରଶ୍ମି ରଂଜନ ମଲ୍ଲିକ , ଶାଶ୍ୱତୀ ସାଡୁଆଳ ଏବଂ ଯାଜପୁର ପୈାର ପରିଷଦ ନିର୍ବାହୀ ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଦଶରଥପୁର ବିଡିଓ ଆକାଶ ପଟ୍ଟନା...