ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଙ୍କ ଦ୍ୱାରା ରାବଣାଛକ ଠାରୁ ମାର୍ଥାପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତି କରଣ ର ଭିତ୍ତିପ୍ରସ୍ତର ସ୍ଥାପନ l

(ସ୍ଥାନୀୟ ଜନସାଧାରଣଙ୍କ ଦାବୀ ପୂରଣ କଲେ ମନ୍ତ୍ରୀ) ଯାଜପୁର(ଦାନଗଦୀ) :- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକ ମାଣତିର ଗ୍ରାମ ପଞ୍ଚାୟତ ରାବଣା ଛକ ଠାରୁ ମାର୍ଥାପୁର ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ସାଢେ଼ ଛଅ କିମି ରାସ୍ତାର ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ସାଧାରଣତଃ ଏହି ରାସ୍ତାଟି ଅଧିକାଂଶ ପଞ୍ଚାୟତର ମୂଖ୍ୟ ରାସ୍ତା ହେବ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ ମନ୍ତ୍ରୀ l ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଲୋକ ଚଳପ୍ରଚଳ କରନ୍ତି, ସବୁ କଳକାରଖାନାକୁ ଯିବା ପାଇଁ ଏହି ରାସ୍ତାଟି ମୂଖ୍ୟ ରାସ୍ତା ତେଣୁ ଅନେକ କାରଣରୁ ଏହି ରାସ୍ତାଟି ଗୁରୁତ୍ବ ବହନ କରୁଛି। ଲୋକମାନଙ୍କର ଅନେକ ଦିନର ଦାବି ଥିଲା ଏହି ରାସ୍ତାର ପ୍ରଶସ୍ତିକରଣ। ତେବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ସୂଚନା ମୁତାବକ ଏହି ରାସ୍ତାର ଲମ୍ବ ସାଢ଼େ ଛଅକିଲୋମିଟର,ପ୍ରସ୍ଥ ଆଠ ମିଟର ହେବ।ତାହା ଏଗାର ମାସ ସମୟ ମଧ୍ୟରେ ଶେଷ ହେବ। ଟେଣ୍ଡର ମୂଲ୍ୟ ସାତ କୋଟି ଚୋଉଦ ଲକ୍ଷ ସତାନବେ ହଜାର ଟଙ୍କା l ମନ୍ତ୍ରୀ ଓଡ଼ିଶା ସରକାରଙ୍କ ଅନେକ ଯୋଜନା ବିଷୟରେ ସୂଚନା ଦେଲେ। ସ୍କୁଲଠାରୁ ଆରମ୍ଭ କରି ଖେଳପଡ଼ିଆ,ଗ୍ରୀନ୍ ପାର୍କ ସ୍ଥାପନା କରିବା ପାଇଁ ବକ୍ତବ୍ୟ ରଖିଥିଲେ। ଶେଷରେ ରାବଣା ଗ୍ରାମକୁ ଗୌରବନୂତ କରିଥିବା ଶ୍ରୀ କୌଶିକ ସାହୁଙ୍କୁ ମାନ୍ୟବର ମନ୍ତ୍ରୀ ପୁଷ୍ପଗୁଚ୍ଛ ଦେ...