Posts

Showing posts from August 4, 2022

ମୋରମ ମାଫିଆଙ୍କ କବଜାରେ ବ୍ୟାସଦେବ ଙ୍କ ପୀଠ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ବ୍ୟାସନଗର ସହର ରେ ଥିବା ବ୍ୟାସଦେବ ପୀଠ ରୁ ମୋରମ୍ ମାଫିଆ ମାନେ ମହରମ ଲୁଟି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ମଙ୍ଗଳ ବାର ରାତିରେ ଟାକ୍ଟର ଗାଡି ଓଲଟି ନିରୀହ ଆଦିବାସୀ ଯୁବକ ବଳି ପଡିଛି l ଘଟଣା ପରେ ମୋରମ ଚୋରା ଚାଲାଣ ହେଉଥିବା ନେଇ ଲୋକଲୋଚନକୁ ଆସିଛି l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ବ୍ୟାସସରବର ପୀଠକୁ ସୌନ୍ଦର୍ଯ୍ୟ କରଣ କରୁଥିବାବେଳେ ମୋରମ ମାଫିଆ ପୀଠ ର ଜଗନ୍ନାଥ ମନ୍ଦିର ପଛପଟୁ ତାଡି ବଡ ହ୍ରଦରେ ପରିଣତ କରିସାରିଲେଣି l ପୀଠ ର ଚାରିପଟେ ଜଙ୍ଗଲ ବିଭାଗ ଦ୍ୱାରା ଗଛ ଲଗାଯାଇ ବଡ ବଡ ଜଙ୍ଗଲରେ ପାରିଣତ ହୋଇଛି l ଏହି ଜଙ୍ଗଲ ମଝିରେ ଗଛ କାଟି ନିର୍ଭର ରେ ଟାକ୍ଟର ଗାଡି ଓ ଜେସିବି ଲାଗଇ ରାସ୍ତା ତିଆରି କରି ରାତିଅଧିଆ ସହ ସହ ମୋରମ ଚୋରା ଚାଲାଣ ହୋଇ ସହର ମଧ୍ୟ ରେ ବିକ୍ରି କରାଯାଉଛି l ଏହି ଚୋରି ରେ କିଛି ଅସାଧୁ ଗାଡିମଲିକ ସାମିଲ ହୋଇ ପୀଠ ଟିକୁ ଖୋଳି ନଷ୍ଟ କରିଦେଉଛନ୍ତି l ସବୁଦିନ ସୁରୁଖୁରୁ ରେ ଚୋରା ବେପାର ଚାଲୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ମଙ୍ଗଳବାର ରାତିରେ ଜଣେ ଗାଡି ଚାଳକ ଙ୍କ ଘଟଣା ସ୍ଥଳ ରେ ଦୃଘଟଣା ଦ୍ୱାରା ମୃତ୍ୟୁ ହେବାଦ୍ବାରା ସାରାସହର ଲୋକମାନଙ୍କ ନଜରକୁ ମୋରମ ଚୋରା ଚାଲାଣ ଘଟଣା ଆସିଯାଇଥିଲା l ସୂଚନା ମୁତାବକ ବ୍ୟାସ ପୀଠ ପାଖ ମୁଣ୍ଡମାଳ