ମୋରମ ମାଫିଆଙ୍କ କବଜାରେ ବ୍ୟାସଦେବ ଙ୍କ ପୀଠ l

ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ବ୍ୟାସନଗର ସହର ରେ ଥିବା ବ୍ୟାସଦେବ ପୀଠ ରୁ ମୋରମ୍ ମାଫିଆ ମାନେ ମହରମ ଲୁଟି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ମଙ୍ଗଳ ବାର ରାତିରେ ଟାକ୍ଟର ଗାଡି ଓଲଟି ନିରୀହ ଆଦିବାସୀ ଯୁବକ ବଳି ପଡିଛି l ଘଟଣା ପରେ ମୋରମ ଚୋରା ଚାଲାଣ ହେଉଥିବା ନେଇ ଲୋକଲୋଚନକୁ ଆସିଛି l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ବ୍ୟାସସରବର ପୀଠକୁ ସୌନ୍ଦର୍ଯ୍ୟ କରଣ କରୁଥିବାବେଳେ ମୋରମ ମାଫିଆ ପୀଠ ର ଜଗନ୍ନାଥ ମନ୍ଦିର ପଛପଟୁ ତାଡି ବଡ ହ୍ରଦରେ ପରିଣତ କରିସାରିଲେଣି l ପୀଠ ର ଚାରିପଟେ ଜଙ୍ଗଲ ବିଭାଗ ଦ୍ୱାରା ଗଛ ଲଗାଯାଇ ବଡ ବଡ ଜଙ୍ଗଲରେ ପାରିଣତ ହୋଇଛି l ଏହି ଜଙ୍ଗଲ ମଝିରେ ଗଛ କାଟି ନିର୍ଭର ରେ ଟାକ୍ଟର ଗାଡି ଓ ଜେସିବି ଲାଗଇ ରାସ୍ତା ତିଆରି କରି ରାତିଅଧିଆ ସହ ସହ ମୋରମ ଚୋରା ଚାଲାଣ ହୋଇ ସହର ମଧ୍ୟ ରେ ବିକ୍ରି କରାଯାଉଛି l ଏହି ଚୋରି ରେ କିଛି ଅସାଧୁ ଗାଡିମଲିକ ସାମିଲ ହୋଇ ପୀଠ ଟିକୁ ଖୋଳି ନଷ୍ଟ କରିଦେଉଛନ୍ତି l ସବୁଦିନ ସୁରୁଖୁରୁ ରେ ଚୋରା ବେପାର ଚାଲୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ମଙ୍ଗଳବାର ରାତିରେ ଜଣେ ଗାଡି ଚାଳକ ଙ୍କ ଘଟଣା ସ୍ଥଳ ରେ ଦୃଘଟଣା ଦ୍ୱାରା ମୃତ୍ୟୁ ହେବାଦ୍ବାରା ସାରାସହର ଲୋକମାନଙ୍କ ନଜରକୁ ମୋରମ ଚୋରା ଚାଲାଣ ଘଟଣା ଆସିଯାଇଥିଲା l ସୂଚନା ମୁତାବକ ବ୍ୟାସ ପୀଠ ପାଖ ମୁଣ୍ଡମାଳ ଅଞ୍ଚଳ ର ଢାହି ସାହି ବସ୍ତି ର ଆଦିବାସୀ ଯୁବକ ମାନଙ୍କୁ ମୋଟା ଅଙ୍କର ପଇସା ଦେଇ ପ୍ରଲୋଭନ ଦେଖାଇ ଚୋରା କାମରେଅସାଧୁ ଗାଡିମଲିକ ଲଗାଇଥାନ୍ତି l ଅଭାବ ଅନାଟନରେ ଚଳୁଥିବା ଆଦିବାସୀ ଯୁବକମାନେ ଆଗପଛ ବିଚାର ନକରି କାମରେ ଲାଗିପଡ଼ନ୍ତି l
ଘଟଣା ଦିନ OD34k 9284 ଓ ଡାଲା ନମ୍ବର OD34K 9285 ଟାକ୍ଟର ଗାଡି ଟି ରେ ଦୃଘଟଣା ଘଟାଇ ଥିବାର ଜଣା ପଡୁଛି ! ଦୃଘଟଣା ଟି ଜଗନ୍ନାଥ ମନ୍ଦିର ପଛ ପଟେ ଘଟି ଥିବାବେଳେ ମାଫିଆ ମନେ ଭାଙ୍ଗି ଯାଇଥିବା ଗାଡିକୁ ସେଠାରୁ ଜଙ୍ଗଲ ଭିତରେ ନେଇ ରାଛିପୁର ସ୍କୁଲ ପାଖ ରାସ୍ତା କଡରେ ବନବିଭାଗ ଏରିଆ ରେ ରଖିଥିବାର ଦେଖିବାକୁମିଳିଛି l ମୃତ ଆଦିବାସୀ ଯୁବକ ଙ୍କ ନାମ 
ମିଙ୍ଗୁଲ ଚମ୍ଫିଆ (୨୯)ହୋଇ ଥିବାବେଳେ ତାଙ୍କ ବାପାଙ୍କ ନାମ ଦାସ ଚମ୍ଫିଆ ଡାହି ସାହି ମୁଣ୍ଡମାଳ ୱର୍ଡ ନମ୍ବର ୨୬ ର ବାସିନ୍ଦା ବୋଲି ଜଣାପଡିଛି l 
ମୃତକ ଙ୍କ ସ୍ତ୍ରୀ ଗୁରୁବାରୀ ଚମ୍ଫିଆ କହନ୍ତି "ମଙ୍ଗଳ ବାର ରାତି ରେ ଆମେ ଖାଇ ଶୋଇ ଥିଲୁ . ରାତି ୧୧ଟା ୧୨ ଟା ଭିତରେ ମୁଣ୍ଡମାଳ ଗ୍ରାମର ଟୁଲିଆ ଦେହୁରୀ ମୋ ସ୍ୱାମୀକୁ ଟାକ୍ଟର ଗାଡି ଚଲେଇବାକୁ ଡ଼ାକିନେଲା, ମୁଁ ସକାଳୁ ଶୁଣିଲି ମୋ ସ୍ୱାମୀଙ୍କ ମୃତ ଶରୀର ଯାଜପୁର ରୋଡ ଡାକ୍ତରଖାନ ରେ ଅଛି l ପୋଲିସ ବି ସକାଳୁ ଆସି ଆମ ସାହିରେ କହିଲା ତା ମୃତ ଶରୀରକୁ ଡାକ୍ତର ଖାନାରୁ ଆଣିବାକୁ l ମୁଁ କିଛି ଜାଣି ପାରୁନି ମୂର୍ଖ ଲୋକ ଆମେ l ମଣିଷ ଜୀବନ କଣ ପୋକ ମାଛି ନା 'କଣ l କିମିତି ସେ ମଲେ ତାଙ୍କୁ କିଏ ମାରିଲା ସେ ଗାଡି ଚଲେଇବା କୁ ଯାଇଇଥିଲେ ହେଲେ ଡାକ୍ତର ଖାନରେ ମହରମ ରେ ଜୁଡୁବୁଡୁ ମୃତ ଶରୀର ଦେଖିଲୁ l ସେ ଗାଡି କୁଆଡେ ଗଲା ଓ ରାତିରେ ଆମ ଘରୁ ମୋ ସ୍ଵାମୀ କୁ ଡ଼ାକିନେଇ ଥିବା ଗାଡ଼ି ମାଲିକ କୁଆଡେ ଗଲା? "
ପୋଲିସ କଣ କିଛି ନ ଜାଣିଲା ଭଳି କହୁଛି ମୃତ ଶରୀର ନେଇ ଯାଆ ବୋଲି l ମୋର ଛୋଟ ଛୋଟ ତିନୋଟି ପୁଅ ପିଲା ମୁଁ କଣ କରିବି କିପରିବଞ୍ଚିବି ? ଆମେ ଗରିବ ଆଦିବାସୀ ଲୋକ ବୋଲି କଣ ଆମ କଥା କେହି ଶୁଣିବେନି, ଯଦି କେହିନଶୁଣିବେ ଆମେ ଡାକ୍ତର ଖାନା ରେ ବସିବୁ ଆମକୁ ନାୟ ମିଳିଲେ ମୋ ସ୍ୱାମୀଙ୍କ ମୃତ ଶରୀର ଧରି ଆସିବୁ l " 
ସେହିସାହିର ଅଧିବାସୀମାନେ କହନ୍ତି ମହରମ ଚୋରାରେ ଖୋଳା ଯାଉଥିବା ଜଙ୍ଗଲ ଏରିଆର ଜଙ୍ଗଲବିଭାଗ କଣ କରୁଛି କାହିଁକି ମହରମ ଚୋରୀକୁ ପ୍ରଶୟ ଦେଇଛି l ଜଙ୍ଗଲ ରେ ଗଛ ଭାଙ୍ଗି ରାସ୍ତା କରି ମହରମ ବୁହାଚାଲିଛି ବନବିଭାଗ କରୁଛି କ'ଣ l ସହରରେ ରାତିସାରା ଗଳି କନ୍ଧି ରେ ଚୋରା ମହରମ ବୁହା ଚାଲିଛି ପୋଲିସ ପ୍ରଶାସନ କରୁଛି କ' ଣ? ସମସ୍ତେ ସବୁଜାଣି ଚୁପ ହୋଇ ବସିଛନ୍ତି l ମୋରମ ମାଫିଆ ମନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାରକରୀବା ସହିତ ସବୁସ୍ତରରେ ପଇସା ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି l ଏହି ବାବଦରେ ସରକାରଙ୍କ କେତେ ଯେ ରାଜସ୍ୱ ହାନି ଘଟୁଛି ତାହା କଳନା କରି ହେବ ନାହିଁ l ଦୃଘଟଣା ଘଟି ଥିବା ଗାଡି ଗୋଟେ ଜାଗାରେ ଅଛି ମୃତ ଦେହ ଡାକ୍ତର ଖାନରେ l ପୋଲିସ କହୁଛି ମୃତ ବ୍ୟକ୍ତି କୁ ନେଇ ଆସ l ଏପରି ପ୍ରଶାସନ ଆମ ଆଦିବାସୀ ଲୋକ ଉପରେ କାହିଁକି ଜୁଲମ କରୁଛି ବୋଲି ବସ୍ତି ବାସିନ୍ଦାମାନେ ପ୍ରଶ୍ନ କରିଛନ୍ତି l
 ଗୋଟେ ପଟେ ସରକାରୀ ଜମିରୁ ଲୁଟ୍ କରୁଥିବା ବେଳେ, ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ି କୁ ଜବଦ ନ କରି ଶବ ନେଇଯିବା କୁ କହୁଛି l ଏଠାରେ ପୋଲିସ୍, ବନବିଭାଗ ଓ ତହସିଲ ବିଭାଗର ପରୋକ୍ଷରେ ମୋରମ ଚୋରା ଚାଲାଣ କୁ ପ୍ରୋତ୍ସାହିତ କରୁଥିବା ନଜର କୁ ଆସୁଥିବା ସାଧାରଣରେ ଆଲୋଚନା ହେଉଛି l ଏହାର ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଚିତ୍ ଦଣ୍ଡ ଦେବା ସହିତ, ମୃତ ବ୍ଯକ୍ତିଙ୍କ ପରିବାର କୁ ସହାୟତା ପ୍ରଦାନ କରି ନ୍ୟାୟ ପ୍ରଦାନ କରିବାକୁ ଦାବି ହେଉଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !