Posts

Showing posts from June 23, 2021

ପୂର୍ବତଟ ରେଳ ବିଭାଗ ତରଫରୁ ୯ ଟି ରେଳ ଚଳାଚଳ ପାଇଁ ସୂଚନା ଦିଆଯାଇଛି l

Image
ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟରୁ ଏହାର ପରିସୀମା ମଧ୍ୟଦେଇ ୯ଯୋଡ଼ା ବିଶେଷ ରେଳ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ବିଶେଷ ରେଳ ଗୁଡିକ ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ ବିଶେଷ ରେଳ, ରାଉରକେଲା-ଜଗଦଲପୁର-ରାଉରକେଲା ବିଶେଷ ରେଳ ଏବଂ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ବିଶେଷ ରେଳ ଚଳାଚଳ କରିବ। ଏ ସଂକ୍ରାନ୍ତରେ ମଙ୍ଗଳବାର ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।  ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ବିଶେଷ ଇସ୍ପାତ ଦ୍ରୁତଗାମୀ ରେଳ ୨୫ ଜୁନ୍‌ରୁ ଚଳାଚଳ କରିବାକୁ ଥିବାବେଳେ ରାଉରକେଲା-ଜଗଦଲପୁର-ରାଉରକେଲା ବିଶେଷ ରେଳ ଜୁନ୍‌ ୨୮ରୁ ଚାଲିବ। ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ବିଶେଷ ରେଳ ଜୁନ୍‌ ୨୭ରୁ ଏବଂ ହଟିଆ-ଏର୍ଣ୍ଣାକୁଲମ-ହଟିଆ ଶୀତତାପ ନିୟନ୍ତ୍ରିତ ବିଶେଷ ରେଳ ୨୫ ଜୁନ୍‌ରୁ ଚଳାଚଳ କରିବ। ପ୍ରତି ଗୁରୁବାର ଗୌହାଟିରୁ ଏବଂ ଶନିବାର ସିକନ୍ଦରାବାଦରୁ ଛାଡୁଥିବା ଗୌହାଟୀ-ସିକନ୍ଦରାବାଦ-ଗୌହାଟୀ ବିଶେଷ ରେଳ ୧ଜୁଲାଇରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।  ପ୍ରତି ଶନିବାର ଯଶୋବନ୍ତପୁରରୁ ଏବଂ ବୁଧବାର ଭାଗଲପୁରରୁ ଛାଡୁଥିବା ଯଶୋବନ୍ତପୁର-ଭାଗଲପୁର-ଯଶୋବନ୍ତପୁର ବିଶେଷ ରେଳ ଯଶୋବନ୍ତପୁରରୁ ୨୬ଜୁନ୍‌ରୁ ଏବଂ ପ୍ରତି ଶୁକ୍ରବାର ଯଶୋବନ୍ତପୁର-ଗୌହଟି-ଯଶୋବନ୍ତପୁର ବିଶେଷ ରେଳ ୨୫ ଜୁନ୍‌ଠାରୁ ପରବର୍ତ୍