ଯାଜପୁର ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଜନଜାତି ଅଦିବାସୀ ନ୍ୟାୟ ମହା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ l. (ପିଏମ - ଜନମନ)
ଯାଜପୁର, ତା ୨୩/୦୮ :- ପୂର୍ବାହ୍ନ ଘ ୧୧.୩୦ ଟିକା ସମୟରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣଳୟ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଯାଜପୁର ଙ୍କ ଦ୍ବାରା ପ୍ରଧାନ ମନ୍ତ୍ରୀ ଜନଜାତି, ଅଦିବାସୀ ମହା ଅଭିଯାନ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ ଗୋଟି ଗ୍ରାମ ପଞ୍ଚାୟତ ଅଧୁନସ୍ଥ ୧୩ ଗୋଟି ଗ୍ରାମରେ ବସବାସ କରୁଥିବା ବିଶେଷ ରୂପେ ଦୁର୍ବଳ ଜନଜାତି ସମୂହ (PVTG) ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି । ଏହି କାର୍ଯ୍ୟାକ୍ରମ ତା ୨୩ ୦୮.୨୦୨୪ ଠାରୁ ୧୦.୦୯.୨୦୨୪ ରିଖ ପର୍ଯ୍ୟନ୍ତ ଉପରୋକୁ ଗ୍ରାମ ମାନଙ୍କରେ ସଚେତନତା ସହିତ ଜୀବନ ଧାରଣ ପାଇଁ ଆବଶ୍ୟକ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅଶୋକ କୁମାର ବେହୁରିଆ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶ...