ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ କର୍ମଶାଳା ଅନୁଷ୍ଠିତ ।

ଯାଜପୁର, ତା ୨୩/୦୮ :- ପୂର୍ବାହ୍ନ ରେ ଯାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ ଶ୍ରୀ ମେଘନାଦ ବେହେରା ଯୋଗ ଦେଇଥିଲେ । ପ୍ରାରମ୍ଭରେ ମା' ବିରଜା ଙ୍କ ଫଟୋରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମେଘନାଦ ବେହେରା ତାଙ୍କ ଅଭିଭାଷଣରେ କହିଲେ ଯେ ବାତ୍ୟା ବନ୍ୟା ସମୟରେ ଲୋକମାନେ ଭୟଭୀତ ନ ହୋଇ ନିଜ ନିଜ ଭିତରେ ସହଯୋଗର ହାତ ବଢାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । କର୍ମଶାଳାର ସଭାପତି ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହି କର୍ମଶାଳାରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ ସୁଦେଷ୍ଠ କୁମାର ସେଠୀ ଯୋଗ ଦେଇ କହିଥିଲେ ଯେ ଜିଲ୍ଲାରେ ଥ‌ିବା ୨୯ ଗୋଟି ବାତ୍ୟା ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତଙ୍କ ଦାୟିତ୍ୱ । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀର ଦାୟିତ୍ୱରେ ଥିବା ସଭାପତି ଓ ସମ୍ପାଦକଙ୍କୁ ଅନୁରୋଧ କରିଥିଲେ ଯେ ଠିକ ସମୟରେ ଉକ୍ତ ଆଶ୍ରୟସ୍ଥଳୀର ଉପଯୋଗ ଓ ଭବିଷ୍ୟତ ନିମନ୍ତେ ରକ୍ଷଣାବେକ୍ଷଣ ପାଇଁ ଯତ୍ନବାନ ହେବେ । ଏହି କର୍ମଶାଳାରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକୁ ଶୁଭେନ୍ଦ୍ର କୁମାର ସାମଲ,ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଂଶୁମାନ ଶତପଥୀ, ଯାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବାଗତ ଦାଶ, ସରପଞ୍ଚ, ୨୯ ଗୋଟି ବନ୍ୟା ଆଶ୍ରୟସ୍ଥଳୀ  ସଭାପତି ସମ୍ପାଦକ ଉପସ୍ଥିତ ଥିଲେ । ପରିଶେଷରେ ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାକୁ ଜିଲ୍ଲା ଜରୁରୀ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ନିତ୍ୟାନନ୍ଦ ନାୟକ, ସୁବାସିସ୍ ଜେନା, ଲିଜାଲିନ ସ୍ବାଇଁ, ତରୁଣ ପଣ୍ଡା, ସୁପ୍ରିୟ ପଣ୍ଡା ଓ ସମସ୍ତ କର୍ମଚାରୀ ପରିଚାଳନା ପାଇଁ ସହଯୋଗ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !