କାର୍ଯ୍ୟାଦେଶ ଦେଇ, ପରେ ପ୍ରଧାନମନ୍ତ୍ରୀ ଆବାସ ଘର ଭାଙ୍ଗିଲେ ତହସିଲଦାର l

ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-(ତା ୨୪/୦୮) କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଜିଲ୍ଲା ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଛି l ବଲାଙ୍ଗୀର ସଦର ବ୍ଲକ୍ ଅନ୍ତର୍ଗତ ଦୁଆନପାଲି ଗ୍ରାମର ଶ୍ରୀ ଗଙ୍ଗାଧର ସିଂହ ତା ୬/୧୧/୨୦୨୦ ରେ ପ୍ରଧାନମନ୍ତ୍ରୀ ଯୋଜନାରେ ଏକ ଆବାସ ଗୃହ ପାଇଥିଲେ l ସେ ପ୍ରଥମ ଓ ଦ୍ଵିତୀୟ କିସ୍ତି ବାବଦରେ ୫୫୦୦୦/- ଟଙ୍କା ମାତ୍ର ପାଇଥିଲେ l ସେ ଗୃହ କୁ ନିଜ ପଇସା ମିଶାଇ ସମ୍ପୂର୍ଣ୍ଣ କରିବା ପରେ ବାକି ପଇସା ଦେବା ପରିବର୍ତ୍ତେ ତହସିଲଦାର ଗତ ଆଠ ଦିନ ତଳେ ଫୋନ ଯୋଗେ ଧମକ ଚମକ ଦେଇ ବିନା ନୋଟିସ ରେ ସାତ ଦିନ ଭିତରେ ଘର ଖାଲି କରିବାକୁ କହିଥିଲେ ଏବଂ ଠିକ ସାତ ଦିନ ପରେ ତାର ଘରଟିକୁ ପୋଲିସ ଫୋର୍ସ ଏବଂ ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି l ଯେଉଁ ସମୟ ରେ ଶ୍ରୀ ସିଂହ ଘରେ ଅନୁପସ୍ଥିତ ଥିଲେ। ପୋଲିସ ଜୋର୍ ଜବରଦସ୍ତ ତାଙ୍କ ସ୍ତ୍ରୀ ଏବଂ ପୁଅ କୁ ଘରୁ ଧକ୍କା ମାରି ବାହାର କରି ଘର କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଥିଲେ।ପ୍ରକାଶ ଥାଉ କି ତାଙ୍କ ଘର ଆଖ ପାଖରେ ମଧ୍ୟ ଆହୁରି ଅନେକ କଲୋନୀ ଘର ରହିଛି l ଚତୁର୍ପାର୍ଶ୍ୱରେ ସରକାରୀ ଜମିରେ ଥିବା ଅନ୍ୟ ଘର ଭଙ୍ଗା ନ ଯାଇ କେବଳ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ଘର ଭଙ୍ଗାଯିବା ଏକ ଅନ୍ୟାୟ l ଜିଲ୍ଲା ପ୍ରଶାସନ ...