କାର୍ଯ୍ୟାଦେଶ ଦେଇ, ପରେ ପ୍ରଧାନମନ୍ତ୍ରୀ ଆବାସ ଘର ଭାଙ୍ଗିଲେ ତହସିଲଦାର l

ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-(ତା ୨୪/୦୮) କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଜିଲ୍ଲା ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଛି l  ବଲାଙ୍ଗୀର ସଦର ବ୍ଲକ୍ ଅନ୍ତର୍ଗତ ଦୁଆନପାଲି ଗ୍ରାମର ଶ୍ରୀ ଗଙ୍ଗାଧର ସିଂହ ତା ୬/୧୧/୨୦୨୦ ରେ ପ୍ରଧାନମନ୍ତ୍ରୀ ଯୋଜନାରେ ଏକ ଆବାସ ଗୃହ ପାଇଥିଲେ l 
ସେ ପ୍ରଥମ ଓ ଦ୍ଵିତୀୟ କିସ୍ତି ବାବଦରେ ୫୫୦୦୦/- ଟଙ୍କା ମାତ୍ର ପାଇଥିଲେ l ସେ ଗୃହ କୁ ନିଜ ପଇସା ମିଶାଇ ସମ୍ପୂର୍ଣ୍ଣ କରିବା ପରେ ବାକି ପଇସା ଦେବା ପରିବର୍ତ୍ତେ ତହସିଲଦାର ଗତ ଆଠ ଦିନ ତଳେ ଫୋନ ଯୋଗେ ଧମକ ଚମକ ଦେଇ ବିନା ନୋଟିସ ରେ ସାତ ଦିନ ଭିତରେ ଘର ଖାଲି କରିବାକୁ କହିଥିଲେ ଏବଂ ଠିକ ସାତ ଦିନ ପରେ ତାର ଘରଟିକୁ ପୋଲିସ ଫୋର୍ସ ଏବଂ ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି l ଯେଉଁ ସମୟ ରେ ଶ୍ରୀ ସିଂହ ଘରେ ଅନୁପସ୍ଥିତ ଥିଲେ। ପୋଲିସ ଜୋର୍ ଜବରଦସ୍ତ ତାଙ୍କ ସ୍ତ୍ରୀ ଏବଂ ପୁଅ କୁ ଘରୁ ଧକ୍କା ମାରି ବାହାର କରି ଘର କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଥିଲେ।ପ୍ରକାଶ ଥାଉ କି ତାଙ୍କ ଘର ଆଖ ପାଖରେ ମଧ୍ୟ ଆହୁରି ଅନେକ କଲୋନୀ ଘର ରହିଛି l
 ଚତୁର୍ପାର୍ଶ୍ୱରେ ସରକାରୀ ଜମିରେ ଥିବା ଅନ୍ୟ ଘର ଭଙ୍ଗା ନ ଯାଇ କେବଳ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ଘର ଭଙ୍ଗାଯିବା ଏକ ଅନ୍ୟାୟ l ଜିଲ୍ଲା ପ୍ରଶାସନ ର ଏଭଳି ଦୋମୁୁହାଁ ନୀତି କୁ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ନିନ୍ଦା କରାଯାଇଛି। ଆବାସ ଯୋଜନାରେ କାର୍ଯ୍ୟାଦେଶ ଦେଇ ତାକୁ ପୁଣି ଭଙ୍ଗାଯିବା ସରକାରୀ ଅର୍ଥ ଧ୍ବଂସ କରାଯିବା ଏକ ଅପରାଧ l ଏଣୁ ବିଭାଗୀୟ ଦୋଷୀ ଅଧିକାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଓ କ୍ଷତିଗ୍ରସ୍ତ ପରିବାର କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ଏବଂ ଗଙ୍ଗାଧର ସିଂହ ଓ ତାଙ୍କ ପରିବାର  ଉଚିତ୍ ନ୍ୟାୟ ପାଇବା  ଉଦ୍ଦେଶ୍ୟରେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଗଣଧାରଣା ଦିଆଯାଇଛି l ଏଥିରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ରାଜ୍ୟ କୋଷାଧକ୍ଷ ସୁଶୀଲ କୁମାର ସାହୁ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ସଚିବ ହରେକୃଷ୍ଣ ବେହେରା, ନେପାଳ ସା, କବି ସାହୁ, ବୀରେନ୍ଦ୍ର ବାରିକ, ସୈଲେନ୍ଦ୍ର ନାଏକ,ସୌଭାଗ୍ୟ ସ୍ୱାଇଁ, ଚକ୍ରପାଣି ମିଶ୍ର, ରାଜୁ ନାଏକ, ସୀତାରାମ ପଧାନ, ରବୀନ୍ଦ୍ର ନାଏକ, ମନ ନାଏକ, ବୁଲୁ ପରଡିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। 
By order, the Prime Minister later demolished the residence of the Tahsildar. 

Balangir (Beuro Report) :-( 24/08) Keshariya Hindu Bahini Balangir District led a mass rally in front of the district commissioner's office under the leadership of state president Santosh Bhol. In the Prime Minister's scheme, he got a house under the scheme. He got only Rs 55,000 / - for the first and second installments. He was asked to vacate the house, and just seven days later, his house was demolished by police and the JCB. 
 The verbos teskuched his wife and the boy in the house and broken broader without gardening on the household, all the moon is broken? Such an unjust policy of the district administration has been condemned by the Keshariya Hindu Bahini. It is a crime to destroy government funds by re-ordering them in the housing scheme.
 It includes District President Pradeep Kumar Tripathi, State Treasurer Sushil Kumar Sahu, District Senior Vice President Shankarshan Acharya, District Secretary Harekrishna Behera, Nepal Sa, Kabi Sahu, Birendra Barik, Sailendra Naik, Soubhagya Swain, Chakrapani Mishra, Raju Naik, Sitaram Padhan. Naik, Mann Naik, Bulu Pardia were present and made the event a success.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !