ଡିସେମ୍ବର ୫ ତାରିଖ ରୁ ମିସନଶକ୍ତି ମେଳା ଅନୁଷ୍ଠିତ ହେବ l

ଭୁବନେଶ୍ବର (ବ୍ୟୁରୋ) - ଚଳିତ ବର୍ଷ ଡିସେମ୍ବର ମାସ ୫ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମିସନ ଶକ୍ତି ମେଳା l ଏହି ମେଳରେ ରାଜ୍ୟର ୩୦ ଟି ଜିଲ୍ଲାରୁ ପ୍ରାୟ ୫୦୦ ଏସ୍ ଏଚ୍ ଜି ଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ପଦର୍ଶନ ଓ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉଛି l ଓଡିଶା ସରକାରଙ୍କ ଆଇ ଆଣ୍ଡ୍ ପିଆର ବିଭାଗ ଦ୍ଵାରା ଆୟୋଜିତ ଏହି ମେଳା ୟୁନିଟ୍ ୩ ପ୍ରଦର୍ଶନୀ ପଡିଆ ଭୁବନେଶ୍ବର ରେ ଆୟୋଜନ କରାଯାଇଛି l ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ରେ ମିସନ ଶକ୍ତି ର ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ମିସନ ଶକ୍ତି ର ବିକାଶ ପାଇଁ ଏହା ରାଜ୍ଯ ସରକାର ଙ୍କ ପ୍ରୟାସ l Rita vision News