Posts

Showing posts from November 28, 2022

ବୋଝେଇ ଶ୍ରମିକଙ୍କ ପାରିଶ୍ରମିକରୁ କୋଟି କୋଟି ଟଙ୍କା ହଡପ ଅଭିଯୋଗ, କାଳିଆପାଣି ଥାନାରେ ଏତାଲା l

Image
ଯାଜପୁର (କାଳିଆପାଣି) :- ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମ ଖଣି ଉପତ୍ୟାକାର ଟାଟା ଷ୍ଟିଲ ଖଣିର ବୋଝେଇ ଶ୍ରମିକଙ୍କୁ ଛଟେଇ ପରେ ଅଭିଯୋଗର ଫର୍ଦ୍ଧ ଲମ୍ବିବାରେ ଲାଗିଛି l କୋଭିଡ଼ ସମୟରେ ଶ୍ରମିକଙ୍କୁ ଖଣିରେ ବାରଣ ପରେ ଶ୍ରମିକଙ୍କୁ ସହାୟତା ପାଇଁ ପରିବହନ ଭଡ଼ାରୁ ଟନ ପ୍ରତି ୩୫ଟଙ୍କା କଟାଯାଇ ରଖାଯାଇଥିବାବେଳେ ଏହି ଅର୍ଥରାଶି ଅଢେଇ ବର୍ଷରେ ପ୍ରାୟ ୨୩କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି l ଏହି ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ କରିବା ସହ ଏହି ଘଟଣାକୁ ଇଡି ଦ୍ଵାରା ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଖଣି ଅଞ୍ଚଳର ଶ୍ରମିକମାନେ I ଅପରପକ୍ଷେ ପୁନର୍ବାର ଚଳିତ ମାସ ୨୭ ତାରିଖରେ ଏ ସମ୍ବନ୍ଧରେ କାଳିଆପାଣି ଥାନାରେ ଅର୍ଥ ହଡପ କରିଥିବା ଶ୍ରମିକ ପ୍ରତିନିଧି ମାନଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି l ଶ୍ରମିକମାନଙ୍କ ପ୍ରାପ୍ୟ ଟଙ୍କାକୁ ଶ୍ରମିକ ପ୍ରତିନିଧି ସାଜିଥିବା ମହେଶ୍ୱର ନାୟକ, ଧନେଶ୍ୱର ମହାନ୍ତ, ବୁଲୁ ମହାନ୍ତ, ରଥୁ ମହାନ୍ତ, ପଞ୍ଚାନନ ପାତ୍ର, ବିଦ୍ୟାଧର ପାତ୍ର, ଅଜୟ ବାରିକ, ଭାଗିରଥି ଦଳେଇ, ଗୁଣନିଧି ମହାନ୍ତ ପ୍ରମୁଖ ଲୁଟି ଥିବାର ଅଭିଯୋଗ କରିଛନ୍ତି ଶ୍ରମିକମାନେ l ଅଭିଯୋଗ ଅନୁଯାୟୀ ଉକ୍ତ ଆଦାୟ ହୋଇଥିବା ଟଙ୍କା ସମ୍ବନ୍ଧରେ ଶ୍ରମିକ ସଂଘର ସଭାପତି ତଥା ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡ଼ାଇ, ଏହି ଅର୍ଥ ଶ୍ରମିକ ସଙ୍ଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର