ବୋଝେଇ ଶ୍ରମିକଙ୍କ ପାରିଶ୍ରମିକରୁ କୋଟି କୋଟି ଟଙ୍କା ହଡପ ଅଭିଯୋଗ, କାଳିଆପାଣି ଥାନାରେ ଏତାଲା l

ଯାଜପୁର (କାଳିଆପାଣି) :- ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମ ଖଣି ଉପତ୍ୟାକାର ଟାଟା ଷ୍ଟିଲ ଖଣିର ବୋଝେଇ ଶ୍ରମିକଙ୍କୁ ଛଟେଇ ପରେ ଅଭିଯୋଗର ଫର୍ଦ୍ଧ ଲମ୍ବିବାରେ ଲାଗିଛି l କୋଭିଡ଼ ସମୟରେ ଶ୍ରମିକଙ୍କୁ ଖଣିରେ ବାରଣ ପରେ ଶ୍ରମିକଙ୍କୁ ସହାୟତା ପାଇଁ ପରିବହନ ଭଡ଼ାରୁ ଟନ ପ୍ରତି ୩୫ଟଙ୍କା କଟାଯାଇ ରଖାଯାଇଥିବାବେଳେ ଏହି ଅର୍ଥରାଶି ଅଢେଇ ବର୍ଷରେ ପ୍ରାୟ ୨୩କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି lଏହି ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ କରିବା ସହ ଏହି ଘଟଣାକୁ ଇଡି ଦ୍ଵାରା ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଖଣି ଅଞ୍ଚଳର ଶ୍ରମିକମାନେ I ଅପରପକ୍ଷେ ପୁନର୍ବାର ଚଳିତ ମାସ ୨୭ ତାରିଖରେ ଏ ସମ୍ବନ୍ଧରେ କାଳିଆପାଣି ଥାନାରେ ଅର୍ଥ ହଡପ କରିଥିବା ଶ୍ରମିକ ପ୍ରତିନିଧି ମାନଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି l ଶ୍ରମିକମାନଙ୍କ ପ୍ରାପ୍ୟ ଟଙ୍କାକୁ ଶ୍ରମିକ ପ୍ରତିନିଧି ସାଜିଥିବା ମହେଶ୍ୱର ନାୟକ, ଧନେଶ୍ୱର ମହାନ୍ତ, ବୁଲୁ ମହାନ୍ତ, ରଥୁ ମହାନ୍ତ, ପଞ୍ଚାନନ ପାତ୍ର, ବିଦ୍ୟାଧର ପାତ୍ର, ଅଜୟ ବାରିକ, ଭାଗିରଥି ଦଳେଇ, ଗୁଣନିଧି ମହାନ୍ତ ପ୍ରମୁଖ ଲୁଟି ଥିବାର ଅଭିଯୋଗ କରିଛନ୍ତି ଶ୍ରମିକମାନେ l ଅଭିଯୋଗ ଅନୁଯାୟୀ ଉକ୍ତ ଆଦାୟ ହୋଇଥିବା ଟଙ୍କା ସମ୍ବନ୍ଧରେ ଶ୍ରମିକ ସଂଘର ସଭାପତି ତଥା ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡ଼ାଇ, ଏହି ଅର୍ଥ ଶ୍ରମିକ ସଙ୍ଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀରଙ୍କ ସହ ଫୋନ ଯୋଗେ କଥା ହୋଇ ଏହି ଅର୍ଥ ଗଛିତ ଥିବା କହିଥିଲେ l ତେଵେ ଶ୍ରମିକମାନେ ଶ୍ରମିକସଂଘ କାର୍ଯ୍ୟାଳୟ, ଶ୍ରମିକ ଠିକାଦାର ପ୍ରମୁଖଙ୍କୁ ଭେଟିବାପରେ ସେ କହିଥିଲେ କି ଉକ୍ତ ଟଙ୍କା ତୁମ ଶ୍ରମିକ ମାନଙ୍କ ପାଖରେ ଅଛି l ପରେ ଶ୍ରମିକମାନେ ଉପରୋକ୍ତ ଶ୍ରମିକ ପ୍ରତିନିଧି ମାନଙ୍କୁ ଏ ସମ୍ବନ୍ଧରେ ପଚାରିବାରୁ ଶ୍ରମିକ ପ୍ରତିନିଧିମାନେ ବହୁ ଅଶ୍ଳୀଳ ଭାଷାରେ ଗଳିଗୁଲଜ କରିବା ସହ କାମରୁ ଛଟେଇ କରିଦେଇଥିବା ଅଭିଯୋଗ ହୋଇଛି l ଅନ୍ୟଏକ ଅଭିଯୋଗ ମୁତାବକ ଦୈନିକ ଏକ ଲୋଡ୍ ଗାଡିପିଛା ୧୨,୫୦୦କିଗ୍ରା କ୍ରୋମ ବୋଝେଇ ପାଇଁ ଲୋଡିଂ ଠିକାଦାର ୧୮୭୫ଟଙ୍କା କମ୍ପାନୀ ଓ ଟ୍ରାନ୍ସପୋର୍ଟର ପାଖରୁ ଆଣୁଥିବାବେଳେ ଶ୍ରମିକମାନଙ୍କୁ ୬୦୦ ଟଙ୍କା ପ୍ରଦାନ କରୁଛନ୍ତି l ବାକି ଟଙ୍କା ଯାଉଛି କୁଆଡ଼େ ବୋଲି ଶ୍ରମିକମାନେ ପ୍ରଶ୍ନ କରିଛନ୍ତି l ଏ ବାବଦକୁ ମାସିକ ପ୍ରାୟ ୨୫ ଦିନ ଖଣି କାର୍ଯ୍ୟ ଚାଲୁଥିବାବେଳେ ଲୋଡିଂ ଠିକାଦାର ଦିନକୁ ପନ୍ଦର ଲକ୍ଷ ତିରିଶ ହଜାର ଟଙ୍କା ଏଭଳି ଭାବେ ବିଗତ ତିରିଶ ବର୍ଷରେ ପ୍ରାୟ ୧୩ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହଡପ ହେବାସହ ମାସିକ ୨୫ ଦିନ କାମ କଲେ ମଧ୍ଯ ୧୨ ରୁ ୧୫ ଦିନର ପିଏଫ କଟାଯାଉଥିବା ଅଭିଯୋଗ ହୋଇଛି l ତେଵେ ଏ ସମ୍ବନ୍ଧରେ ଲୋଡ଼ିଂ ଠିକାଦାର ଜି ସି ମହାନ୍ତ ଙ୍କର ସତ୍ୱାଧିକାରୀ ପ୍ରାଣକୃଷ୍ଣ ମହାନ୍ତଙ୍କୁ ଅତିକମରେ ଲୋଡିଂ ଟ୍ରକପ୍ରତି ୧୫୦୦ ଟଙ୍କା ପ୍ରଦାନ ପାଇଁ ଶ୍ରମିକମାନେ ଅନୁରୋଧ କରିଥିବାବେଳେ ସେ ଧମକ ଚମକ ଦେବାସହ କାମକୁ ଆସିବାକୁ ବାରଣ କରିଥିଲେ l ଝାଳବୁହା ପରିଶ୍ରମ କରି ଶ୍ରମିକମାନେ କମାଉଥିବା ଟଙ୍କା କୁ ଶ୍ରମିକ ସଙ୍ଗଠନ ର ନେତାମାନେ ଏବଂ ଠିକାଦାର ଲୁଟୁଥିବା ବେଳେ ଆଜିର ଦିନରେ ଶ୍ରମିକମାନେ ଏକଜୁଟ୍ ହୋଇ ସ୍ଵର ଉଠାଇଛନ୍ତି l ତେଵେ ଉଭୟ ଅଭିଯୋଗ ଶ୍ରମିକମାନେ ସିଧାସଳଖ ଖଣିଅଞ୍ଚଳ ଅନ୍ତର୍ଗତ କାଳିଆପାଣି ଥାନାରେ କରିଛନ୍ତି I ପୋଲିସ୍ ଏହାର ତଦନ୍ତ ତଦନ୍ତ କରି ଆଗକୁ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !