Posts

Showing posts from January 28, 2025

ଓଡ଼ିଶାରେ ଶିଳ୍ପ ବିକାଶର ଅପାର ସୁଯୋଗ ଓ ସମ୍ଭାବନା ରହିଛି। ତାକୁ ଶିଳ୍ପସଂସ୍ଥା ବିନିଯୋଗ କରନ୍ତୁ - ପ୍ରଧାନମନ୍ତ୍ରୀ

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଦୁଇ ଦଶନ୍ଧିର ଶିଳ୍ପ ମରୁଡି ପରେ ଏବେ ଓଡ଼ିଶାରେ ବହିବ ଶିଳ୍ପ ଗଙ୍ଗା । ଉତ୍କର୍ଷ ହେବ ଓଡିଶା । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ବିଶେଷ ଧ୍ୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଅନେକ ସୁଯୋଗ ରହିଛି। ଏଠାରେ ଅପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ ରହିଛି। ରାଜ୍ୟରେ ୫୦୦ କିଲୋମିଟର ବେଳାଭୂମି ଓ ପୂରା ଅଞ୍ଚଳର ୩୩ ପ୍ରତିଶତ ଜଙ୍ଗଲ ରହିଛି। ଯାହାକୁ ବିନିଯୋଗ କରି ଶିଳ୍ପ ସଂସ୍ଥାମାନ ଗଢି ଉଠି ପାରିବ। ସେହିଭଳି ଗୋପାଳପୁର ଓ ପାରାଦୀପରେ ପୁଞ୍ଜି ନିବେଶର ଅପାର ସମ୍ଭାବନା ରହିଛି। ଓଡ଼ିଶା ହେଉଛି ବିକାଶ ଓ ବିରାସତର ଅପୂର୍ବ ମଡେଲ। ତେଣୁ ବଡବଡ ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜିନିବେଶ ପୂର୍ବକ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କଲେ ଓଡ଼ିଶା ବିକଶିତ ହୋଇପାରିବ। ଏଠାକାର ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିଯିଯୋଗ ହେବା ସହ ଯୁବଗୋଷ୍ଠୀ ନିଯୁକ୍ତି ପାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଓଡ଼ିଶାକୁ ସମୃଦ୍ଧ କରିବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଓଡ଼ିଶା ଖୁବଶିଘ୍ର ଶିଖର ଛୁଇଁବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ବାଲିଯାତ୍ରାର ସୁଖ୍ୟାତି ସମ୍ପର୍କରେ ବାଖାଣିଛ...

"ଉଦୟବଟ" ପ୍ରାଙ୍ଗଣରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ l

Image
ଯାଜପୁର (ବ୍ୟାସନଗର) ୨୬/୧:- ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଉଦୟବଟ’ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆଜି ରବିବାର ସକାଳେ ପାଳିତ ହୋଇଯାଇଛି । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଏଥିରେ ମୁଖ୍ୟବକ୍ତା ଭାବେ, ସମାଜସେବୀ ରାମଚନ୍ଦ୍ର ବାରିକ ଓ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ନିରାକାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ଦେଶର ଅଖଣ୍ଡତା ପାଇଁ ସମସ୍ତଙ୍କ ହୃଦୟରେ ସଦା ଦେଶପ୍ରେମର ଭାବ ଉଦ୍ରେକ ହେବା ସଂଗେ ସଂଗେ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସମ୍ବିଧାନକୁ ସମ୍ମାନର ସହ ମାନିବା ସହିତ ସାଧୁ ଉପାୟରେ ପରିଶ୍ରମ କରି ନିଜର ଜୀବିକା ଅର୍ଜ୍ଜନ କରିବା ଉପରେ ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ ଗୁରୁତ୍ୱାରୋପ କରିଥିଲେ । ଏଥିରେ ସାମ୍ବାଦିକ ଉମାକାନ୍ତ ମହାପାତ୍ର, ଶ୍ରମିକ ନେତା ଅରୁଣ ଦାସ, ସାନ୍ତନ୍ୟୁ ମଲ୍ଲିକ, ଜଗନ୍ନାଥ ମହାପାତ୍ର, ବିନାୟକ ଜ...