ଓଡ଼ିଶାରେ ଶିଳ୍ପ ବିକାଶର ଅପାର ସୁଯୋଗ ଓ ସମ୍ଭାବନା ରହିଛି। ତାକୁ ଶିଳ୍ପସଂସ୍ଥା ବିନିଯୋଗ କରନ୍ତୁ - ପ୍ରଧାନମନ୍ତ୍ରୀ

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :-ଦୁଇ ଦଶନ୍ଧିର ଶିଳ୍ପ ମରୁଡି ପରେ ଏବେ ଓଡ଼ିଶାରେ ବହିବ ଶିଳ୍ପ ଗଙ୍ଗା । ଉତ୍କର୍ଷ ହେବ ଓଡିଶା । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ବିଶେଷ ଧ୍ୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଅନେକ ସୁଯୋଗ ରହିଛି। ଏଠାରେ ଅପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ ରହିଛି। ରାଜ୍ୟରେ ୫୦୦ କିଲୋମିଟର ବେଳାଭୂମି ଓ ପୂରା ଅଞ୍ଚଳର ୩୩ ପ୍ରତିଶତ ଜଙ୍ଗଲ ରହିଛି। ଯାହାକୁ ବିନିଯୋଗ କରି ଶିଳ୍ପ ସଂସ୍ଥାମାନ ଗଢି ଉଠି ପାରିବ। ସେହିଭଳି ଗୋପାଳପୁର ଓ ପାରାଦୀପରେ ପୁଞ୍ଜି ନିବେଶର ଅପାର ସମ୍ଭାବନା ରହିଛି। ଓଡ଼ିଶା ହେଉଛି ବିକାଶ ଓ ବିରାସତର ଅପୂର୍ବ ମଡେଲ। ତେଣୁ ବଡବଡ ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜିନିବେଶ ପୂର୍ବକ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କଲେ ଓଡ଼ିଶା ବିକଶିତ ହୋଇପାରିବ। ଏଠାକାର ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିଯିଯୋଗ ହେବା ସହ ଯୁବଗୋଷ୍ଠୀ ନିଯୁକ୍ତି ପାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଓଡ଼ିଶାକୁ ସମୃଦ୍ଧ କରିବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଓଡ଼ିଶା ଖୁବଶିଘ୍ର ଶିଖର ଛୁଇଁବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ବାଲିଯାତ୍ରାର ସୁଖ୍ୟାତି ସମ୍ପର୍କରେ ବାଖାଣିଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି କହିଛନ୍ତି ଯେ, ଭାରତ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ହେଉଛି। ଖୁବ୍ ଶୀଘ୍ର ୫ ଟ୍ରିଲିଅନ ଅର୍ଥ ନୀତିରେ ଦେଶ ପହଞ୍ଚିବାକୁ ଯାଉଛି।
କାର୍ଯ୍ୟକ୍ରମରେ ଦେଶର ପ୍ରତିଷ୍ଠିତ ଶିଳ୍ପପତିଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି, କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଉପସ୍ଥିତ ଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l