ସାଲେପୁର - ସଡ଼କ ଦୁର୍ଘଟଣାରେ ୩ ମୃତ୍ୟୁ...

ସାଲେପୁର - (ବ୍ୟୁରୋ) ସାଲେପୁର କେନ୍ଦୁପାଟଣା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ମୃତ୍ଯୁ ବରଣ କରିବା ଖବର ମିଳିଛି l ତିନି ଜଣ ଯୁବକ ଗୋଟିଏ ମୋଟରସାଇକଲ୍ ରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ସେମାନେ ରାସ୍ତା ଉପରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ, ପୋଲିସ ସହାୟତାରେ ସେମାନଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ l ସେମାନେ ସେ ଅଞ୍ଚଳର ନନ୍ଦଳାଗଡ଼ ର ବୋଲି ଅନୁମାନ କରାଯାଉଛି l