Posts

Showing posts from April 25, 2023

ନାଗଡା କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଓ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର ପାଇଁ କେନ୍ଦ୍ର ଖାଦ୍ଯ ମନ୍ତ୍ରୀ ଙ୍କୁ ଭେଟି ଚିଠି ଦ୍ଵାରା ଅବଗତ କରାଇଲେ ସୁକିନ୍ଦା ଅଞ୍ଚଳର ଯୁବକ ।

Image
କାଳିଆପାଣି - ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ନଗଡା ଅପପୃଷ୍ଟି ଓ ଶିଶୁ ମଡକ ସମଗ୍ର ଦେଶରେ ଏକ ନିନ୍ଦନୀୟ ଘଟଣା ହୋଇଥିଲା । ସମୟ କ୍ରମେ ରାସ୍ତାଘାଟ, ସ୍କୁଲ୍ ଓ ପାନୀୟଜଳ ର ଭିତ୍ତିଭୂମି ହୋଇଗଲା କିନ୍ତୁ ସୁଶମ ଖାଦ୍ଯ ଓ ଦୈନିକ ରୋଜଗାର ଦେବାରେ ବିଫଳ ହୋଇଛନ୍ତି ରାଜ୍ଯ ସରକାର । ଏହି ଉଦ୍ଦେଶ୍ଯ ରେ ସୁକିନ୍ଦା ପିଙ୍ଗଲ ଗ୍ରାମରୁ ବୁଲୁ ଯାଦବ ଙ୍କ ନେତୃତ୍ବ ରେ ଏକ ସାତ ଜଣିଆ ଦଳ ଦିଲ୍ଲୀ ରେ ଖାଦ୍ଯ ପ୍ରକ୍ରିୟା କରଣ ଶିଳ୍ପ ମନ୍ତ୍ରୀ ଶ୍ରୀ ପଶୁପତି କୁମାର ପରାସ ଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରେଇଥିଲେ ।  ନଗଡାର ଆଦିବାସୀମାନେ ଅନେକ ପୁଷ୍ଟିହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ହୋଇଥିଲେ। ଗାଁରେ ରୋଜଗାର କିଛି ନଥିଲା ୪୫ ପରିବାର ମଧ୍ୟ ରାସନ ସୁବିଧା ପାଇ ପାରୁନଥିଲେ । ବଣ ଜଙ୍ଗଲ ବୁଲି ବୁଲି ଜଙ୍ଗଲ ଫଳ ମୂଳ ଓ କାଠ ବିକ୍ରି କରି ପେଟ ପୋଷୁଥିଲେ । ଚାରିପଟେ ପାହାଡ ଘେରା ଭିତରେ ଥିବା ଗାଁ ର ନିପଟ ଚିତ୍ର ୨୦୧୬ ରେ ଜାତୀୟ ଗଣମାଧ୍ୟମରେ ପ୍ରଥମ ହେଡଲାଇନରେ ପରିଣତ ହୋଇଥିଲା ଯେଉଁଠାରେ ଏକ ମାସ ମଧ୍ୟରେ ୧୯ ଶିଶୁଙ୍କର ପୁଷ୍ଟିହୀନତା ହେତୁ ମୃତ୍ୟୁ ଘଟିଥିଲା। ନାଗଡାଠାରେ ୫୮୨ ଆଦିବାସୀ ଜୁଆଙ୍ଗ ଜନଜାତିର ଅଟନ୍ତି | ନାଗଡା ହେଉଛି ଯାଜପୁର ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାର ପର୍ବତ ମାଳା ମଧ୍ୟ ସ୍ଥଳରେ ଅବସ୍ଥିତ | ନାଗଡାବାସୀଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଏକ ସକ୍ଷମ ପରିବେଶ ସ...