ମାଲକାନଗିରି ଜଳସମ୍ପଦ ବିଭାଗର ପି.ଡ଼ି. ଭିଜିଲାନ୍ସ ପଞ୍ଝାରେ l
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାଲକାନଗିରି ଜଳସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଶାନ୍ତନୁ ମହାପାତ୍ରଙ୍କ ଆୟବର୍ହିଭୂତସମ୍ପତ୍ତି ଆଧାରରେ ଓଡ଼ିଶା ଭିଜିଲାନ୍ସ ଏକା ସାଙ୍ଗରେ କଟକ, ଭୁବନେଶ୍ବର, ମାଲାକନଗିରି ସମେତ ୭ ଟି ସ୍ଥାନରେ ଖାନତଲାସି ଚାଲିଛି l ବର୍ତ୍ତମାନସୁଦ୍ଧା ଜୟପୁରରେ ୬୦୦୦ ବର୍ଗ ଫୁଟର ବହୁତଳ ପ୍ରାସାଦ, ଭୁବନେଶ୍ୱର ଓ ଜୟପୁରରେ ୪ଟି ଦାମି ପ୍ଲଟ, ନଗଦ ₹୧.୯୭ କୋଟି, ସୁନା ୩୦୦ ଗ୍ରାମ ଇତ୍ୟାଦି ମିଳିଛି । ଏହି ଖାନତଲାସି ରେ ଏସପି, ୪ ଡିଏସପି, ୧୦ ଇନ୍ସପେକ୍ଟର, ୬ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ମାନେ ନିୟୋଜିତ ଅଛନ୍ତି l ଆଗକୁ ଆହୁରି କିଛି ତଥ୍ୟ ସଂଗ୍ରହ ପାଇଁ ପ୍ରୟାସ ଜାରିରହିଛି l