ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦର ବାର୍ଷିକୋତ୍ସବ I

ଯାଜପୁର (କଳିଙ୍ଗନଗର): - ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ, ଟୋଲକାନୀର ଅଷ୍ଟମ ବାର୍ଷିକୋତ୍ସବ ୧୯ ତାରିଖରେ ସ୍ଥାନୀୟ ରାଧାକୃଷ୍ଣ ଭାଗବତ ଟୁଙ୍ଗି ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଠ ସମାଜସେବୀ ଦୀନବନ୍ଧୁ ପୃଷ୍ଟି ଏହାକୁ ଉଦଘାଟନ କରିଥିଲେ l ପୂର୍ବାହ୍ନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ଓ କବିୟତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l କବି ଡ. ଦୟାନିଧି ଦାଶ,କବିୟତ୍ରୀ କବିତା ରଥ ଓ ସନ୍ଧ୍ୟାରାଣୀ ପୃଷ୍ଟି କବିତାଗୁଡିକୁ ସଂଯୋଜନା କରିଥିଲେ l ଅପରାହ୍ନରେ ସମାଜ ସୁରକ୍ଷାରେ ସାହିତ୍ୟର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି, ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ ମୁଖ୍ୟ ବକ୍ତା, ସାହିତ୍ୟିକ ଡ. ଶରତ ରାୟ ଓ ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ସଂସଦର ଉପ ସଭାପତି ଡ. ଯୁଗଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅଧ୍ୟାପକ ଦିଲୀପ କୁମାର ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଶିକ୍ଷାବିତ ଗୋକୁଳ ବିହାରୀ ପୃଷ୍ଟି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ l ଅତିଥିମାନେ ଗୋକୁଳ ବିହାରୀ ପୃଷ୍ଟିଙ୍କ ରଚିତ ପୁସ୍ତକ ସଂକ୍ଷିପ୍ତ କାବ୍ୟ ରାମାୟଣକୂ ଉନ୍ମୋଚନ କରିଥିଲେ l ସଂସଦ ପକ୍ଷରୁ ବିଶିଷ୍ଟ ଭାସ୍କର୍ଯ...