ବସନ୍ତରେ ମନ ମୋହୁଛି ପଳାଶ ପୁଲ l
ବ୍ୟୁରୋ ରିପୋର୍ଟ :- ପଶ୍ଚିମ ଓଡିଶାର ଏକ କଥା କହନ୍ତି "ମନ୍ ମହୁଛେ ଫଲ୍ସା ଫୁଲ୍" ବସନ୍ତ ଋତୁ ଆଗମନର ବାର୍ତ୍ତା ଦିଏ ପଳାସ ଫୁଲ । ପଳାସ ଫୁଲର ଅପରୂପ ଆଭାରେ ସଜେଇ ହୁଏ ପ୍ରକୃତିରାଣୀ। ଗଛରେ ପେନ୍ଥା ପେନ୍ଥା ପଳାସ ଫୁଲ ପରିବେଶକୁ ରଙ୍ଗୀନ କରିଦିଏ। ବାସ ନଥିଲେ ବି ପଳାସ ଫୁଲ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ । ପଳାସ ଫୁଲ ଯୋଗୁଁ ଏବେ ସାରା ପରିବେଶ ରଙ୍ଗୀନ ଓ ମନଲୋଭା । ରାସ୍ତା କଡରେ ଥିବା ପଳାସ ଫୁଲକୁ ଦେଖିଲେ କବି ଓ ଭାବୁକ ପ୍ରାଣ ପୁଲକିତ ହେଉଛି। ପ୍ରତିଟି ଜୀବନରେ ଉଲ୍ଲାସ ଭରି ଯାଉଛି। ଚଇତର ପତ୍ର ଝଡା ସମୟରେ ପ୍ରକୃତି ଖାଁ ଖାଁ ଲାଗୁଥିବା ବେଳେ ପଳାସ ଫୁଲର ସୌନ୍ଦର୍ଯ୍ୟରେ ପ୍ରତିଟି ପ୍ରାଣ ପୁଲକିତ କରିଥାଏ । ଜୀବନରେ ଭରିଯାଏ ଉଲ୍ଲାସ I ସକାଳ ହେଉ କି ସଞ୍ଜ ପଳାଶ ଫୁଲର ମନଲୋଭା ରୂପ ଦେଖି ବାଟୋଇ ଠିଆ ହୁଏ କିଛି ସମୟ I ପଳାସ ଫୁଲ ପଶ୍ଚିମ ଓଡିଶାର ସବୁ ଜାଗାରେ ପ୍ରାୟତଃ ଦେଖୁବାକୁ ମିଳିଥାଏ। ଫୁଲର ବାସ ନାହିଁ ସତ ଅଥଚ ଏହା ମା' ମଙ୍ଗଳାଙ୍କ ପ୍ରିୟ I ପଶ୍ଚିମ ଓଡ଼ିଶାରେ ଚୈତ୍ର ମଙ୍ଗଳବାରରେ ମଙ୍ଗଳାଙ୍କ ପୂଜାରେ ଏହି ଫୁଲ ବ୍ୟବହାର ହୁଏ । ଦଣ୍ଡ ଯାତ୍ରାର ପୂଜାବିଧୂରେ ବହୁଳ ବ୍ୟବହାର ପ୍ରଚଳିତ । ତନ୍ତ୍ର ପରମ୍ପରାରେ ମଧ୍ଯ ପଳାସ ଫୁଲର ବହୁବିଧ ପ୍ରୟୋଗ ରହିଛି। ପଳାସ ଫୁଲର ଶୋଭା କବି ମନକୁ ବିଭୋର କରେ । ଓଡିଆ ସାହିତ୍ୟ ପରମ୍ପରାରେ ଏହାର ବହୁଳ ବର୍ଣନା ର...