ଅସଲି ଏବଂ ନକଲି ସାମ୍ବାଦିକ ଙ୍କ ବିଶ୍ଲେଷଣ !!!


ବ୍ୟୁରୋ ରିପୋର୍ଟ - ସମଗ୍ର ବିଶ୍ବ,ରାଷ୍ଟ୍ର,ରାଜ୍ୟ,ଜିଲ୍ଲା ମଧ୍ୟରେ ଥିବା ଭାର ସାମ୍ୟକୁ ସନ୍ତୁଳିତ ଏବଂ ସୁସ୍ଥ,ସବଳ,ଦୀର୍ଘସ୍ଥାୟୀ ରଖିବା ପାଇଁ ଗଣମାଧ୍ୟମ ହିଁ ପ୍ରମୁଖ ଭୂମିକା ଲିଭାଇଥାଏ। ଦେଶ ଦେଶ ମଧ୍ୟରେ ରାଜ୍ୟ ରାଜ୍ୟ ଏବଂ ଜିଲ୍ଲା ଜିଲ୍ଲା ମଧ୍ୟରେ ଥିବା ବାଦ ବିବାଦ,ଅନ୍ୟାୟ ଅନୀତିର ସରଳ ସମାଧାନ କେବଳ ଗଣମାଧ୍ୟମ ଓ ତାର ଅଭିଜ୍ଞ୍ୟ ପ୍ରତିନିଧି ମାନେ ଶୀର୍ଷକ ଭୁମିକା ଲିଭାଇଥିବାର ଅନେକ୍ ନଜିର୍ ମଧ୍ୟ ଅଛି। 
ଆଜି ଏକବିଂଶ ଶତାବ୍ଦୀରେ କେତେକ ସାମାଜିକ ଗଣମାଧ୍ୟମ ବିନା କୌଣସି ସରକାରୀ ସୁବିଧା ପାଇ ମଧ୍ୟ ପୁରାତନ ତଥା ଆଗ ଧାଡ଼ିର କିଛି ଖବରକାଗଜ ଏବଂ ବୌଦୁତିକ ଗଣମାଧ୍ୟମ ମାନଙ୍କର ଏକଚାଟିଆ କରବାର କୁ ସମୁଳେ ବିନାଶ କରିବା ପାଇଁ ଆଗେଇ ଆସିବା ଦ୍ବାରା ସାରା ବିଶ୍ବରେ ଏହାର ସୁ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। 
       ଆମ ଭାରତ ବର୍ଷ ସ୍ୱାଧିନତା ପାଇବାର ପୂର୍ବରୁ ଏବଂ ପରେ ପରେ କିଛି ବର୍ଷ ପର୍ଯ୍ୟନ୍ତ ସାମ୍ବାଦିକତା,ଶିକ୍ଷକତା,ଡାକ୍ତରୀ ଏବଂ ଓକିଲାତି ପେଷା ଯେଉଁମାନେ କରୁଥିଲେ,ସେମାନେ ସେତେ ବେଳେ ଗୋଟିଏ ସେବା ତଥା ନିଶାରେ କାର୍ଯ୍ୟ କରୁଥିଲେ, ସେଥିପାଇଁ କୌଣସି ପାରିଶ୍ରମିକ ଆଶା କରୁନଥିଲେ କାରଣ ସେମାନଙ୍କର ଘର ଦ୍ବାର କିମ୍ବା ଖାଦ୍ୟ ପେୟ ର କୌଣସି ଅସୁବିଧା ନଥିଲା। ବର୍ତ୍ତମାନ ସେ ସବୁ ସେବା ଏବଂ ନିଶାର ଘୋର ପରିବର୍ତ୍ତନ ଘଟିଛି " ଆପେ 
ବଞ୍ଚିଲେ ବାପାର ନାଆଁ " ପରିସ୍ଥିତି ରେ ପହଞ୍ଚି ଯାଇଛି। ଦେଶ ସ୍ୱାଧୀନ ହେବା ପୂର୍ବରୁ ଓଡିଶା ରେ କିଛି ଗଣମାଧ୍ୟମ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ, ସ୍ୱାଧିନତା ପାଇବାର ସ୍ୱାଦକୁ ଦୀର୍ଘ ୭୩ ବର୍ଷ ଚାଖି ସାରିଥିଲେ ମଧ୍ୟ ଆଜି ବି "ଓଡିଶା" ଗୋଟିଏ ଅନାହାର ମୃତ୍ୟୁ ଗରିବ ରାଜ୍ୟ ର ମାନ୍ୟତା ପାଇବାରେ ଲାଗିଛି। ମାଗଣା ଖିଆ ( ୧ ଟଙ୍କିଆ ଚାଉଳ ଖାଉଥିବା ) ଙ୍କ ସଂଖ୍ୟା କମିବାର ଦୁରର କଥା ଦିନକୁ ଦିନ ବଢି ବଢି ଚାଲିଛି....ଖଣି,ପାଣି,କୋଇଲା,ଜଙ୍ଗଲ୍ ଲୁଟ୍ ହେବାରେ ଲାଗିଛି। ଏଭଳିଆ ପରିସ୍ଥିତିରେ ଆଗ ଧାଡ଼ିର ଗଣମାଧ୍ୟମ ମାନଙ୍କର ଭୁମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି କି ସେମାନଙ୍କ ପ୍ରତିନିଧି ମାନଙ୍କର ଧନ ସମ୍ପତ୍ତି ଗୁଡିକ ଆକଳନ କରାଯିବା ର ଆବଶ୍ୟକ ଅଛି। ରାଜ୍ୟରେ ବେରୋଜଗାରୀ ବଢିବା ଏବଂ ପୁରାତନ ପ୍ରମୁଖ ଗଣମାଧ୍ୟମ ମାନଙ୍କର ଦବ୍ ଦବା କୁ ଆଖିଆଗରେ ରଖି କେତେକ ଅସାମାଜିକ,ଅସାଧୁ,ଅଳ୍ପ ଶିକ୍ଷିତ ବ୍ୟକ୍ତି ମାନେ ମଧ୍ୟ ଖଣ୍ଡିଏ ଖଣ୍ଡିଏ ଖବର କାଗଜ ର ପ୍ରକାଶନ କରି ଦଲାଲୀ କରିବା ସଙ୍ଗେ ସଙ୍ଗେ ସାମ୍ବାଦିକ ପରିଚୟ ପତ୍ର ପ୍ରଦାନ କରି ବ୍ୟବସାୟ କରିବା ଆରମ୍ଭ କରିଦେଲେ।
         ପ୍ରଶ୍ନ ଉଠୁଛି ବିଗତ ୭୩ ବର୍ଷ କାଳ ଓଡିଶାରେ ସ୍ଥାପିତ ହୋଇଥିବା ଗଣମାଧ୍ୟମ ଏବଂ ତାଙ୍କର ପ୍ରତିନିଧି ମାନେ କରୁଥିଲେ କ'ଣ ? ଖୁବ୍ ନାମ କମାଇଥିବା ଆଗ ଧାଡ଼ିର ବହୁ ପୁରାତନ ଖବର କାଗଜ ର ପ୍ରକାଶକ,ପ୍ରତିନିଧି ମାନେ ରାଜ୍ୟର ସ୍ୱାର୍ଥକୁ ବଳି ପକାଇ ଦେଇନଥିଲେ କି ? ବଡ ବଡ ଖବରକାଗଜ ର ସାମ୍ବାଦିକ କହି ନେତା, ମନ୍ତ୍ରୀ, ଅଫିସର,ଠିକାଦାର ଏବଂ ବ୍ୟବସାୟୀ ମାନଙ୍କର ଦୁର୍ନୀତି କୁ ଚାପିଦେଇ ନିଜର ସ୍ୱାର୍ଥ ପାଇଁ ଚାପୁଲାସି କରୁନଥିଲେ କି ? ଉକ୍ତ ଲୁଟେରା ମାନଙ୍କୁ ପ୍ରମୁଖ ସାମ୍ବାଦିକ ବୋଲି ଗଣନା କରି ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାଟା ସାଧାରଣ ଜନତା ଠିକ୍ ଭାବୁଛନ୍ତି କି ? ଆଜି ଏକବିଂଶ ଶତାବ୍ଦୀରେ ସାମାଜିକ ଗଣମାଧ୍ୟମ ବିନା କୌଣସି ସରକାରୀ ସୁବିଧା ପାଇ ମଧ୍ୟ ସମାଜରେ ଘଟୁଥିବା ସତ୍ୟତା କୁ ଲୋକ ଲୋଚନକୁ ଆଣିବାରୁ,କେତେକ ଲୁଟେରା ଗଣମାଧ୍ୟମ ଏବଂ ତାଙ୍କର ପ୍ରତିନିଧି ମାନଙ୍କୁ ଅସହ୍ୟ ବୋଧ ହେବାରେ ଲାଗିଛି। ଯାହା ଫଳରେ ସେହି ତଥାକଥିତ ଗଣମାଧ୍ୟମ ମାନେ ସରକାରୀ କଳକୁ ଭୁଆଁ ବୁଲାଇ ସାମାଜିକ 
ଗଣମାଧ୍ୟମ ମାନଙ୍କର କଣ୍ଠରୋଧ କରିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଆଉ କିଛି ବୋରୋଜଗାରୀ ଅସାମାଜିକ,ଅସାଧୁ ଯୁବକ ସାମାଜିକ ଗଣମାଧ୍ୟମ ନାଁରେ ଗାଡିର ବଡ ବଡ ଅକ୍ଷରରେ ପ୍ରେସ୍ ଲେଖି ରାଜ୍ୟ ସରକାର ଏବଂ ସାଧାରଣ ଜନତା ଙ୍କୁ ଭୁଆଁ ବୁଲାଇବାରେ ଲାଗି ପଡିଲେ ରାଜ୍ୟ ପ୍ରଶାସନ କିନ୍ତୁ ନିଘୋଡ ନିଦ୍ରା ରେ ଶୋଇପଡିଥିଲେ। ଏବେ ସରକାରୀ କଳ ଉପରେ ଆଞ୍ଚ ଆଶିବାରୁ ଅସଲି ଏବଂ ନକଲି ସାମ୍ନାକୁ ଆସିଛି। 
                ପାଠକ ମାନେ ବୁଝିପାରୁଥିବେ ଓଡିଶା ର ଅସଲି ଓ ନକଲି ସାମ୍ବାଦିକ ଏବଂ ଗଣମାଧ୍ୟମ ମାନଙ୍କର ଅସଲି ପରିଚୟ। ବନ୍ଦେ ଉତ୍କଳ ଜନନୀ, ଜୟ ଜଗନ୍ନାଥ୍

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !