ବି. ଆଇ. ପି. ଏଫ୍. ସୁକିନ୍ଦା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମୁଖ ଇଞ୍ଜିନିୟରିଂ କମ୍ପାନୀ ରେ ନିଯୁକ୍ତି l

ଯାଜପୁର (ସୁକିନ୍ଦା) - ବି. ଆଇ. ପି. ଏଫ୍. ସୁକିନ୍ଦା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କ୍ୟାମ୍ପସ୍ ପ୍ଲେସମେଣ୍ଟ ରେ ବହୁରଷ୍ଟ୍ରୀୟ ଇଞ୍ଜିନିୟରିଙ୍ଗ କମ୍ପାନୀ ଏଲ୍ ଆଣ୍ଡ୍ ଟି ଲିମିଟେଡ ୨୦୧୮-୨୦ ବର୍ଷ ର ୫୩ ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରଶିକ୍ଷକ ଭାବେ ଚୟନ କରିଛି l ସେମାନଙ୍କ ମଧ୍ୟରୁ ୩୨ ଜଣ ଫିଟର ୨୧ ଜଣ ଇଲେକ୍ଟ୍ରିକାଲ୍ ରେ ସ୍ଥାନ ପାଇଛନ୍ତି l ମନୋନୀତ ୫୩ ଜଣ ଛାତ୍ରଛାତ୍ରୀ ଙ୍କୁ କଟକ ଗୋପାଳପୁର ଠାରେ ଥିବା ଏଲ୍ ଏଣ୍ଡ୍ ଟି କମ୍ପାନୀ ର ସିଏସ୍ ଟି ଆର୍ ତାଲିମ୍ କେନ୍ଦ୍ରରେ ମାସିକ ଷ୍ଟାଇପେଣ୍ଡ ଓ ମାଗଣା ରହିବା ସୁବିଧା ସହିତ ତିନି ମାସ ର ନିଯୁକ୍ତି କାଳୀନ ତାଲିମ୍ ଚାଲୁ ରଖିଛନ୍ତି l ଏହି ତିନି ମାସ ତାଲିମ୍ କର୍ଯ୍ୟ ପରେ ସେମାନଙ୍କୁ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ ରେ ମାସିକ ପ୍ୟାକେଜ ସହିତ କମ୍ପାନୀ ବିଭିନ୍ନ ସ୍ଥାନରେ ଥିବା ପ୍ରୋଜେକ୍ଟ ରେ ନିଯୁକ୍ତ କରିବ I ପୂର୍ବରୁ ଏଲ୍ ଏଣ୍ଡ ଟି କମ୍ପାନୀ ୨୦୧୭-୧୯ ବ୍ୟାଚ୍ ବି. ଆଇ. ପି. ଏଫ୍ର. ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଇଥିଲେ, ଯେଉଁମାନେ କି ଆଜି ମାସିକ ୨୦୦୦୦ ରୁ ଅଧିକ ବେତନରେ କାର୍ଯ୍ୟରତ ଅଛନ୍ତି l ୨୦୧୬ ମସିହା ରେ ଯାଜପୁର ଜିଲ୍ଲା ର ସୁକିନ୍ଦା ଠାରେ ପ୍ରତିଷ୍ଠିତ ବି. ଆଇ. ପି. ଏଫ୍. ଆଇ ଟି ଆଇ ଅତ୍ୟାଧୁନିକ ଗୁଣାତ୍ମକ ଆବସିକ ଶିଳ୍ପ ତାଲିମ କେନ୍ଦ୍ର ଯାହାକି ଇଣ୍...